ବିପୁଳ ବିଜୟ ପରେ ଆଜି ବାରିପଦା ରେ ବିଜେପି କରିଛି ବିଜୟ ଶୋଭାଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିପୁଳ ବିଜୟ ପରେ ଆଜି ବାରିପଦା ରେ ବିଜେପି କରିଛି ବିଜୟ ଶୋଭାଯାତ୍ରା। ମୟୂରଭଂଜ ରେ 9 ରୁ 9 ବିଧାନସଭା ସହିତ ଲୋକସଭା ଜିତି ଅଭୂତପୂର୍ବ ସଫଳତା ପାଇଛି ବିଜେପି। ଏହି ବିପୂଳ ବିଜୟ ପରେ ଆଜି ସନ୍ଧ୍ୟା ରେ ବାରିପଦା ରେ ଜିଲ୍ଲାର 9 ଜଣ ଯାକ ବିଧାୟକ ଏକାସହିତ କରିଛନ୍ତି ବିଜୟ ଶୋଭାଯାତ୍ରା।

ବାରିପଦା ଜଗନ୍ନାଥଙ୍କ ମନ୍ଦିର ରୁ ବାହାରି ଶହ ଶହ ସମର୍ଥକ ଙ୍କ ସହିତ ସହର ପରିକ୍ରମା କରିବା ପରେ ଛଉପଡ଼ିଆ ଠାରେ ଶେଷ ହୋଇଛି ବିଜୟ ଶୋଭାଯାତ୍ରା । ତେବେ ନବ ନିର୍ବାଚିତ ଲୋକସଭା ସାଂସଦ ନବ ଚରଣ ମାଝୀ ଦିଲ୍ଲୀ ଚାଲି ଯାଇଥିବାରୁ ଏହି ଶୋଭାଯାତ୍ରା ରେ ଅନୁପସ୍ଥିତ ଥିଲେ। ଏହି ବିଜୟ ଜିଲ୍ଲାର ଜନ ସାଧାରଣ ଙ୍କ ବିଜୟ ବୋଲି କହିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ।

ବିରୋଧୀ ଦଳ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ର ଅନେକ ଦାବି ଉପରେ ଧ୍ୟାନ ଦେଇ ନାହାନ୍ତି କିମ୍ବା ବିଜେପି କୁ ମଧ୍ୟ ସେ ସମସ୍ୟାର ସମାଧାନ କରିବାକୁ ଦେଇନାହାନ୍ତି। ତେଣୁ ଏଣେ ଜିଲ୍ଲାର ସମସ୍ତ ସମସ୍ୟା କୁ ସମାଧାନ କରିବାର ଚେଷ୍ଟା କରାଯିବ ବୋଲି କହିଛନ୍ତି ମୋରୋଡା ବିଧାୟକ।

Comments are closed.