କିନ୍ନରଙ୍କ ସାବିତ୍ରୀ ବ୍ରତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ଏହି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ଓଡିଆ ଘରର ସ୍ତ୍ରୀ ଓ ମହିଳା।ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ଏହି ପୂଜାର୍ଚ୍ଚନା ।

ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି । ହିନ୍ଦୁ ସଧବା ମହିଳାମାନେ ହାତରେ ଶଙ୍ଖା ଓ ସିନ୍ଦୂର ସହ ନୂଆ ବସ୍ତ୍ର ନେଇ ପୂଜା କରୁଥିବା ବେଳେ ବାରିପଦାରେ କିନ୍ନର ମାନେ ମଧ୍ୟ କରିଛନ୍ତି ଏହି ବ୍ରତ।ବାରିପଦା ପାଲବଣି ନିକଟ ଦେବେନ୍ଦ୍ରପୁର ଠାରେ ଥିବା ଭୁବନେଶ୍ଵରୀ ମନ୍ଦିରରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ ନିଜର ଗୁରୁ ତଥା ବିଶ୍ୱାବାସୀଙ୍କ ମଙ୍ଗଳ କାମନା କରି କିନ୍ନର ମାନେ ବ୍ରତ ପାଳନ୍ତି ।

ଏହି ସାବିତ୍ରୀ ବ୍ରତକୁ ସେମାନେ ଗୁରୁଶିଷ୍ୟ ପରମ୍ପରା ବୋଲି ମାନିଥାନ୍ତି । ଖାଲି ସେତିକି ନୁହେଁ ସେମାନେ ଗୁରୁଙ୍କୁ ହିଁ ତାଙ୍କର ପରିବାର ମାନନ୍ତି । ତେଣୁ ତାଙ୍କର ମଙ୍ଗଳ କାମନା କରି ଏହି ସାବିତ୍ରୀ ବ୍ରତ କରିଥାନ୍ତି । ମହିଳା ବ୍ରତଧାରୀମାନେ ଯେଉଁଭଳି ପୂଜା କରିଥାନ୍ତି ସମାନ ଢଙ୍ଗରେ କିନ୍ନର ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳିଥାନ୍ତି ।

Leave A Reply

Your email address will not be published.