ବ୍ୟକ୍ତିଙ୍କ ବୟସ ୧୮ ବର୍ଷ ହେବା ପରେ ତାଙ୍କ ନାମ ଆପେ ଆପେ ଭୋଟର ତାଲିକାରେ ଯୋଡି ହୋଇଯିବ: ଅମିତ ଶାହା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେନ୍ଦ୍ର ସରକାର ଭୋଟର ତାଲିକା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପରେ ଜନ୍ମ ଓ ମୃତ୍ୟୁ ସଂଖ୍ୟା ଯୋଡିବାକୁ ବିଚାର କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଙ୍କେତ ଦେଇଛନ୍ତି।

ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ ଭୋଟର ତାଲିକା ଏବଂ ସାମଗ୍ରିକ ବିକାଶ ପ୍ରକ୍ରିୟା ସହ ଯୋଡ଼ିବା ପାଇଁ ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି ବୋଲି ସେ ସୋମବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି । ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ‘ଜନଗଣନା ଭବନ’କୁ ଉଦଘାଟନ କରିବା ଅବସରରେ ଅମିତ ଶାହା ଏହା କହିଛନ୍ତି। ଜନଗଣନା ହେଉଛି ଏକ ପ୍ରକ୍ରିୟା ଯାହା ବିକାଶ ଏଜେଣ୍ଡାର ଆଧାର ହୋଇପାରିବ ।ଅମିତ ଶାହା କହିଛନ୍ତି ଯେ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ସଠିକ ଜନଗଣନା ତଥ୍ୟ ବହୁମୁଖୀ ଫାଇଦା ଦେବ। ଏଭଳି ଜନଗଣନା ଦ୍ବାରା ଗରିବ ଙ୍କ ପାଖରେ ଉନ୍ନୟନ ମୂଳକ ଯୋଜନା ପହଞ୍ଚାଇବା ସହଜ ହେବ।

ଯଦି ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ରର ତଥ୍ୟକୁ ସ୍ୱତନ୍ତ୍ର ଢଙ୍ଗରେ ସଂରକ୍ଷିତ ରଖାଯାଏ, ତେବେ ଉନ୍ନୟନ ମୂଳକ କାର୍ଯ୍ୟକୁ ସଠିକ ଭାବେ ଯୋଜନା କରାଯାଇପାରିବ। ସେ କହିଛନ୍ତି ଯେ ଭୋଟର ତାଲିକା ସହ ଜନ୍ମ ଓ ମୃତ୍ୟୁ ସଂପର୍କିତ ତଥ୍ୟ ଯୋଡି ହେଲେ ଜଣେ ବ୍ୟକ୍ତିଙ୍କ ବୟସ ୧୮ ବର୍ଷ ହେବା ପରେ ତାଙ୍କ ନାମ ଆପେ ଆପେ ଭୋଟର ତାଲିକାରେ ଯୋଡି ହୋଇଯିବ । ସେହିଭଳି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ନାମ ଆପେ ଆପେ ନିର୍ବାଚନ କମିଶନଙ୍କ ନିକଟରେ ପହଂଚିଯିବ, ଯାହାଦ୍ୱାରା ନିର୍ବାଚନ କମିଶନ ଭୋଟର ତାଲିକାରୁ ବ୍ୟକ୍ତିଙ୍କ ନାମ ହଟାଇବା ପ୍ରକ୍ରିୟା ଆରମ୍ଭ କରିପାରିବେ ।

Leave A Reply

Your email address will not be published.