ପ୍ରକାଶ ପାଇଲା ଆଇଏଏସ ପରୀକ୍ଷା ଫଳ, ଏହିମାନେ ଓଡିଶାକୁ ଆଣିଲେ ଗୌରବ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ପ୍ରକାଶ ପାଇଛି ଆଇଏଏସ ପରୀକ୍ଷା ଫଳ। ୟୁପିଏସସି ପରିଚାଳିତ ଆଇଏଏସ ରେଜଲ୍ଟ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଇଶିତା କିଶୋର ଟପ୍ପର ହୋଇଛନ୍ତି । ସେହିପରି ଗରିମର ଲୋହିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟରେ ଉମା ହାରାତି ଏନ ଅଛନ୍ତି । ଏଥର ପରୀକ୍ଷାରେ  ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଇଏଏସ-୨୦୨୨ ପରୀକ୍ଷାରେ  ମୋଟ ୧୮୦ ଜଣ ଆଇଏଏସ ପାଇଥିବାବେଳେ ଆଇଏଫଏସ ୩୮ଜଣ ଓ ଆଇପିଏସ ୨୦୦ ଜଣ ପାଇଛନ୍ତି ।ତେବେ  ୬୭ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା ରହିଥିବା ଜଣାଯାଇଛି । ଯିଏ କି ବିନା କୋଚିଂରେ ଏହି ସଫଳତା ହାସଲ କରିଛନ୍ତି ।

ନିଜର ଏହି ସଫଳତା ପାଇଁ ସେ ନିଜର ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । ଦିବ୍ୟା ଜୈନ ୩୬୩ତମ ସ୍ଥାନରେ ରହିଛନ୍ତି ।   ସେହିପରି ୫୧୬ତମ ସ୍ଥାନରେ ଓଡ଼ିଶାର ତେଜସ୍ୱିନୀ ବେହେରା ରହିଥିବା ଜଣାଯାଇଛି ।  ୩୮ତମ ସ୍ଥାନରେ ଅନୁପ ଦାସ ରହିଥିବାବେଳେ ୪୨ତମସ୍ଥାନରେ ପ୍ରଣିତା ଦାସ, ୫୬ତମ ସ୍ଥାନରେ ଅର୍ଣ୍ଣବ ମିଶ୍ର, ୫୮ତମସ୍ଥାନରେ ଦୀକ୍ଷିତା ଯୋଶୀ, ୬୬ତମ ସ୍ଥାନରେ କ୍ରିତକା ମିଶ୍ର, ୭୩ତମ ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ତମ ସ୍ଥାନରେ ପ୍ରଶାନ୍ତ ରାଜ ଓ ୧୦୬ତମ ସ୍ଥାନରେ ସିଦ୍ଧାର୍ଥ ମିଶ୍ର ଅଛନ୍ତି ।

୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା ଥିବାବେଳେ ୩୮ତମ ସ୍ଥାନରେ ଅନୁପ ଦାସ ଓ ୪୨ ତମ ସ୍ଥାନରେ  ପ୍ରଣିଦା ଦାସ ରହିଛନ୍ତି । ୫୬ତମ ସ୍ଥାନରେ ଅର୍ଣ୍ଣଦ ମିଶ୍ର ରହିଛନ୍ତି ।  ୧୩୬ତମ ସ୍ଥାନରେ ସୌମ୍ୟରଞ୍ଜନ ମିଶ୍ର ରହିଥିବାବେଳେ ୧୪୦ରେ ସୋନାଲି ମିଶ୍ର, ୧୬୨ରେ ଦୁର୍ଗା ପ୍ରସାଦ ଅଧିକାରୀ ଓ ୨୬୧ତମ ସ୍ଥାନରେ ସତ୍ୟପ୍ରକାଶ ମିଶ୍ର ରହିଛନ୍ତି ।୨୦୨୨ ସେପ୍ଟେମ୍ବରରେ ସିଭିଲ ସର୍ଭିସର ଲିଖିତ ପରୀକ୍ଷା ହୋଇଥିଲା । ୨୦୨୩ ଜାନୁଆରୀରୁ ମେ ମଧ୍ୟରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ କୃତକାର୍ୟ୍ୟ ୯୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୫ଜଣ ସାଧାରଣ ବର୍ଗ, ୯୯ ଜଣ ଆର୍ଥିକ ଅନଗ୍ରସର ବର୍ଗ, ପଛୁଆ ବର୍ଗରୁ ୨୬୩, ୧୫୪ଜଣ ଅନୁସୂଚିତ ଜାତିର ଏବଂ ୭୨ଜଣ ଅନୂସୂଚିତ ଜନଜାତି ପ୍ରାର୍ଥୀ ।

ଏମାନଙ୍କ ବ୍ୟତୀତ ୧୭୮ ପ୍ରାର୍ଥୀ କନସୋଲିଡେଡ୍‌ ରିଜର୍ଭ ତାଲିକାରେ ରହିଛନ୍ତି । ମନୋନୀତ ପ୍ରାର୍ଥୀମାନେ ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌ ଏବଂ କେନ୍ଦ୍ରୀୟ ସେବାର ଗ୍ରୁପ-ଏ ତଥା ଗ୍ରପୁ ବିରେ ନିଯୁକ୍ତି ପାଇବେ ।

Leave A Reply

Your email address will not be published.