ନକଲି ଡାକ୍ତରର ୧୯ ନମ୍ବର ପତ୍ନୀଙ୍କ ଅଭିଯୋଗ: ଫ୍ଲାଟ କିଣିବ ବୋଲି ୨୧ ଲକ୍ଷ ଟଙ୍କା ଚୂନ ମାରିଛି ଠକ ନକଲି ଡାକ୍ତର ରମେଶ ସ୍ବାଇଁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଠକ ଡାକ୍ତର ରମେଶ ସ୍ୱାଇଁ ନାଁ ରେ ଆଉ ଏକ ଅଭିଯୋଗ । ନକଲି ଡାକ୍ତର ନାରେ ନୂଆ ମାମଲା । ନକଲି ଡାକ୍ତରର ୧୯ ନମ୍ବର ପତ୍ନୀଙ୍କ ଅଭିଯୋଗ । ଆସାମ ଗୌହାଟୀ  ଜଣେ ଲେଡି ଡାକ୍ତର ମହିଳା ଥାନାରେ କଲେ ଅଭିଯୋଗ । ୨୦୨୧ ମସିହା ମେ ମାସ ଗୌହାଟୀରେ ଏହି ମହିଳାଙ୍କୁ ବିବାହ କରିଥିଲେ ଏହି ନକଲି ଡାକ୍ତର ରାମେଶ ସ୍ୱାଇଁ ।ଏହି ମହିଳାଙ୍କୁ ବିବାହ କରି ସରିବା ପରେ ଫ୍ଲାଟ କିଣିବା କଥା କହି  ୨୧ ଲକ୍ଷ ୪୪ ହଜାର ଟଙ୍କା ଲେଡି ଡାକ୍ତରଙ୍କୁ ଚୁନା ଲଗାଇଛି ରମେଶ ସ୍ୱାଇଁ ।ଆସାମରେ ଫ୍ଲାଟ କିଣିବ କହି ମହିଳା ଡାକ୍ତରଙ୍କ ଠାରୁ ଟଙ୍କା ଆଣିଥିଲା ରମେଶ।

ବାହାଘରରେ ରମେଶ, ରମେଶର ଭିଣୋଇ ଗଣେଶ ଓ ରମେଶ ଡ୍ରାଇଭର ପପୁ ଉପସ୍ଥିତ ରହିଥିଲେ । ବାହାଘର ପରେ ୫ ଷ୍ଟାର ହୋଟେଲରେ ରହିଥିଲା ରମେଶ ଓ ତାର ଠକ ସହଯୋଗୀମାନେ । ବିବାହ ପରେ ଫ୍ଲାଇଟରେ ଭୁବନେଶ୍ୱର ଦଡିଏନ ଅକ୍ସି ଆପାର୍ଟ ମେଣ୍ଟରେ ରହିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସାବତ ମା ଭଉଣୀ ପୁରୋହିତ ସେଠାରେ ଉପସ୍ଥିତ ରହି ବୈଦିକ ରୀତିନୀତି ଅନୁସାରେ ଗୃହ ପ୍ରବେଶ କରିଥିଲେ ।ଭଉଣୀ ଜଣଙ୍କ ନଳନ୍ଦ ପୁଟୁଳି ବାବଦକୁ ସୁନା, ମୋବାଇଲ, ଦାମୀ ସାଢି ମଧ୍ୟ ନେଇଥିଲେ ।

ମହିଳା ଡାକ୍ତର ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ ୧୬୧ ଧାରେରେ ବୟାନ ରେକର୍ଡ କଲା ପୋଲିସ । ଆଉ କିଛି ସମୟ ପରେ ୧୬୪ ଧାରାରେ  ଉକ୍ତ ମହିଳା, ଭାଇ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରାଯିବ। ମ୍ୟାଟ୍ରିମୋନିଆଲ ସାଇଟରେ ପ୍ରଥମେ ଦେଖା ହୋଇଥିଲେ ମହିଳା ଡାକ୍ତର ଓ ଠକ ରମେଶ  । ପରେ ଫୋନ ଜରିଆରେ ଦୁହେଁ କଥା ହେଇଥିଲେ ।

ମହିଳା ଡାକ୍ତର ଜୀବନ ସହିତ ଖେଳିଛି ରମେଶ ।  ତିନି ତିନି ଥର ଆସାମ ଯାଇ ମହିଳା ଡାକ୍ତର ଙ୍କୁ ଦେଖା କରିଛି ରମେଶ । ୩୧ ମେ ରେ ମହିଳା ଡାକ୍ତର ଓ ରମେଶ ବିବାହ କରିଥିଲେ । ୨୧ ଲକ୍ଷ ରି ଅଧିକ ଟଙ୍କା ଠକେଇ କରିଛି ଠକ ରମେଶ ।ମହିଳା ଡାକ୍ତର ଅନ୍ୟ ମହିଳାଙ୍କୁ ଅପିଲ କରିଛନ୍ତି । ସମସ୍ତ ଆସନ୍ତୁ କେସ୍ କରନ୍ତୁ ଓ ତାକୁ ଦଣ୍ଡିତ କରନ୍ତୁ ।

 ଗଣ ମାଧ୍ୟମ ସମ୍ନାରେ ମୁହଁ ଖୋଲି ରମେଶ ଠକାମିର ଶିକାର ହୋଇଥିବା ମହିଳା ଡାକ୍ତର କହିଛନ୍ତି, ସେ ମୋ ପ୍ରଥା ପରର୍ମ୍ପରା ସହିତ ଖେଳିଛି । ତାକୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ । ରମେଶ ଏକ ଜାତୀୟ ଅପରାଧୀ। ତାକୁ ଫାସି ଖୁଣ୍ଟରେ ଝୁଲା ଯାଉ ।

ସେପଟେ ମହିଳାଙ୍କ ବାପା ମଧ୍ୟ ସମାନ ଧରଣର ଅଭିଯୋଗ ଆଣି ପ୍ରତିକ୍ରିୟାରେ କହିଛନ୍ତି  ରମେଶ ହେଉଛି ଜାତୀୟ ଅପରାଧୀ ।  ଦେଶ ପାଇଁ ଏମାନେ ବିପଦ । ରମେଶ କୁ ଆଇନ ଅନୁଯାୟୀ ତାକୁ ଦଣ୍ଡିତ ନୁହେଁ ଫାଶୀ ଖୁଣ୍ଟରେ ଝୁଲା ଯାଉ।

Leave A Reply

Your email address will not be published.