ଚମୋଲିରେ ବାଦଲଫଟା ବର୍ଷା

0

ଓଡ଼ିଆ ନ୍ୟୁଜ୍: ଉତ୍ତରାଖଣ୍ଡରେ ପୁଣି ବାଦଲ ଫଟା ବର୍ଷା । ଉତ୍ତରାଖଣ୍ଡ ଉତ୍ତକାଶୀରେ ପୁଣି ଥରେ ପ୍ରଳୟ ଆଣିଲା ବାଦଲଫଟା ବର୍ଷା। ଚମୋଲି ଜିଲ୍ଲାରେ ମଝି ରାତିରେ ବାଦଲ ଫଟା ପାଇଁ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି  ।   ହଠାତ୍ ବର୍ଷା ଫଳରେ ଥରାଲି ଗାଁରେ ଭୂସ୍ଖଳନ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି   ।   ଥରାଲି ଗାଁର ଅନେକ ଘର ମାଟି ତଳେ ଦବି ଯାଇଛି   ।

ଗାଁ ପାଖ ବଜାର ମଧ୍ୟ ବନ୍ୟାଷ ଭୂସ୍ଖଳନରେ ପ୍ରଭାବିତ ହୋଇଛି  ।   କିଛି ଦିନ ପୂର୍ବରୁ ଧରାଲି ଗାଁରେ ଯେଉଁଭଳି ପ୍ରଳୟ ଦେଖିବାକୁ ମିଳିଥିଲା, ଠିକ୍ ସେହିପରି ପ୍ରଳୟ ଥରାଲିରେ ବି ଦେଖିବାକୁ ମିଳିଛି । ତେବେ ପ୍ରାକୃତିକ ଦୁର୍ବିପାକ ରାତି ଅଧରେ ହୋଇଥିବାରୁ ଏଥିରେ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।  ଘଟଣା ସ୍ଥଳରେ ପ୍ରଶାସନ, ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.