ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ପୁଣି ଭୂମିକମ୍ପ । ଭୂମିକମ୍ପ ଝଟକାରେ ପୁଣି ଥରିଲା ଦିଲ୍ଲୀ । ଲଗାତାର ୪୮ ଘଣ୍ଟା ଭିତରେ ୨ ଥର ଦିଲ୍ଲୀକୁ ଲାଗିଲାଣି ଭୂକମ୍ପର ଝଟକା । ଆଜି ସଞ୍ଜରେ ପୁଣି ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି ।ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ଥିବା ବେଳେ ସଂଧ୍ୟା ୭.୪୯ରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଜର ରହିଛି ।ତେବେ ଗତକାଲି ବି ଦିଲ୍ଲୀ ଭୂମିକମ୍ପରେ ଦୋହଲିଥିଲା । କାଲି ମଧ୍ୟ ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଜର ରହିଥିଲା ବେଳେ ଗତକାଲି ସକାଳେ ହୋଇଥିଲା ଦିଲ୍ଲୀରେ ଭୂମିକମ୍ପ ।