ପରିକ୍ରମା ପ୍ରକଳ୍ପକୁ ନେଇ ମାଳ ମାଳ ମାମଲା, କାମ ଶୀଘ୍ର ଶେଷ କରିବାକୁ ସେବାୟତଙ୍କ ତରଫରୁ ମାମଲା ଦାୟର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏହି ପ୍ରକଳ୍ପ ପାଇଁ କରାଯାଉଥିବା ନିର୍ମାଣକୁ ବିରୋଧ କରି ହାଇକୋର୍ଟରେ ଦୁଇଟି ଆବେଦନ ବିଚାରାଧୀନ ଥିବା ବେଳେ ପ୍ରକଳ୍ପ ସପକ୍ଷରେଏହି ମାମଲା ଦାୟର କରାଯାଇଛି। ଆର.ଏନ.ଗୋଚ୍ଛିକାରଙ୍କ ତରଫରୁ ଦାୟର ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଚାଲିଥିବା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିବେଦନ କରାଯାଇଛି। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାର୍ଯ୍ୟ ଶ୍ରୀଘ୍ର ଶେଷ କରାଯିବା ଜନହିତରେ ବୋଲି ଦର୍ଶାଯାଇଛି।

ଏଥି ସହିତ ସୁପ୍ରିମକୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ମୃଣାଳୀନି ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାରେ ଯେଉଁ ରାୟ ପ୍ରଦାନ କରିଥିଲେ ତାହା କାର୍ଯ୍ୟକାରୀ କରାଯାଉବୋଲି ଆବେଦନକାରୀ ନିବେଦନ କରିଛନ୍ତି। ଏହି ରାୟରେ ଭକ୍ତଙ୍କ ପାଇଁ କେତକ ମୌଳିକ ସୁବିଧା କରିବା ଉପର ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପାଶ୍ବବର୍ତ୍ତୀ ସ୍ଥାନରେ ନିର୍ମାଣକାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାର କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଏଏସଆଇକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିକୁଞ୍ଜ କୁମାର ଦେଓ ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.