ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କଲେ ନବୀନ।ପୁଣି ‘ବେଇମାନ’ କଥା ଉଠାଇ ଟାର୍ଗେଟ କଲେ ନବୀନ।’୩୦୦ ୟୁନିଟ୍ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ୍ ମିଳିଲା କି’।’ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି’। ‘ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି, କଟ୍ନୀ ଛଟନୀ ବନ୍ଦ ହେଲା କି’।’ରଙ୍ଗ ମାରିଲେ ବିକାଶ ହୁଏନି, ରାଜ୍ୟବାସୀଙ୍କୁ କେବଳ ଡବଲ୍ ଧୋକା ମିଳିଛି’।ଆୟୁଷ୍ମାନ କାର୍ଡରେ କେବଳ ଟେନସନ୍ ମିଳିଲା- ନବୀନ।
ଏମାନେ ମିଛି କହି ସରକାର କରିପାରନ୍ତି, ପ୍ରାର୍ଥୀ ବି ଚୋରି କରିପାରନ୍ତି।କିନ୍ତୁ ଭୋଟରଙ୍କ ହୃଦୟ କେବେ ବି ଜିତିପାରିବେ ନାହିଁ।ଆଜି ବି ଆପଣଙ୍କ ଆଖିରେ ଦୁଃଖ ଓ କ୍ରୋଧ ଦେଖିପାରୁଛି।ଆପଣଙ୍କ ସହ, ବିଜେଡି ଓ ମୋ ସହ କିପରି ବେଇମାନି କରାଗଲା ଭଲ ଭାବେ ଜାଣନ୍ତି।