ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ ଉଚିତ୍ ନୁହେଁ। ଏମେଇ ପରାମର୍ଶ ଦେଇଛନ୍ତି କମିଶନ ବା ବିଧି ଆୟୋଗ। ଶାରିରୀକ ସମ୍ପର୍କ ପାଇଁ ସହମତିର ବୟସକୁ ହ୍ରାସ କରାଯିବା ଉଚିତ୍ ନୁହେଁ। ପୂର୍ବ ନିର୍ଦ୍ଧାରିତ ବୟସସୀମାରେ କୌଣସି ପରିବର୍ତ୍ତନ କରା ନଯାଉ। ବୟସ ସୀମା ହ୍ରାସ କଲେ ବାଲ୍ୟ ବିବାହ ଓ ନାବାଳକ ଚାଲାଣ ବିରୋଧୀ ଲଢ଼େଇ ଉପରେ କୁ ପ୍ରଭାବ ପଡ଼ିବ ବୋଲି ଲ କମିଶନ ଆଇନ ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି।
ଭାରତରେ ସହମତିରେ ଶାରିରୀକ ସମ୍ପର୍କ ରଖିବା ବୟସସୀମା ୧୮ ବର୍ଷ ରହିଛି। ୧୬-୧୮ ବର୍ଷ ବୟସର କିଶୋରମାନଙ୍କର ନିରବ ସ୍ୱିକୃତୀ(ଟାସିଟ୍ ଆପ୍ରୁଭ୍) ସହ ଜଡ଼ିତ ମାମଲାରେ ସଂଶୋଧନ କରିବାକୁ ଲ କମିଶନ ପରାମର୍ଶ ଦେଇଛନ୍ତି। ଏ କ୍ଷେତ୍ରରେ ଜଡ଼ିତ ପୋକ୍ସ ମାମଲାର ନ୍ୟାୟିକ ବିବେକ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ଲ କମିଶନ କହିଛନ୍ତି ଯେ କିଶୋର ଅବସ୍ଥାରେ ପ୍ରେମକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଏଥିରେ ସାଧାରଣତଃ ଅପରାଧିକ ଯୋଜନା ହୋଇ ନଥାଏ। ତେଣୁ ଏ ଦିଗରେ ଅଦାଲତମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କମିଶନ କହିଛନ୍ତି।