କଲାମ ଦ୍ୱୀପରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ହେଲା ସଫଳ ପରୀକ୍ଷଣ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ଏପିଜେ କଲାମ ଦ୍ୱୀପରୁ ଡିଆରଡିଓ ପକ୍ଷରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ହେଲା ସଫଳ ପରୀକ୍ଷଣ । ବିମାନରୁ ରାତିରେ ହୋଇଥିବା ପରୀକ୍ଷଣରେ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ସମସ୍ତ ଟାର୍ଗେଟକୁ ଧ୍ୱଂସ କରି ଦେଇଛି । ତିନିଥର ସଫଳ ପରୀକ୍ଷଣ ପରେ ପ୍ରଥମଥର ପାଇଁ ରାତିରେ ’ଅଗ୍ନି ପ୍ରାଇମ୍’କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ବେଳେ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ ଏକାଧିକ ସ୍ଥାନରେ ମୁତୟନ କରାଯାଇଥିଲା ।

ବିମାନ ଡାଟା ପାଇଁ ଟର୍ମିନାଲ୍ ପଏଣ୍ଟରେ ଦୁଇଟି ଡାଉନ୍-ରେଞ୍ଜ ଜାହାଜ ମଧ୍ୟ ରଖାଯାଇଥିଲା । ’ଅଗ୍ନି ପ୍ରାଇମ୍’ର ପ୍ରି-ଇଣ୍ଡକ୍ସନ୍ ପରୀକ୍ଷଣ ସଫଳ ହୋଇଥିବା ବେଳେ ଏହାକୁ ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ୍ କରାଯିବ । ପରୀକ୍ଷଣ ପରେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Leave A Reply

Your email address will not be published.