ଗୁଜରାଟରେ ନିର୍ବାଚନ ଲଢିବ AIMIM

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁୁଜରାଟ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଗୁଜରାଟ ନିର୍ବାଚନ ଯେତେ ପାଖେଇ ଅସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନ ସଭା ନିର୍ବାଚନ ଉପରେ ଅଲ ଇଣ୍ଡିଆ ମଜଲିସ୍-ଇ-ଲିଟେହାଦୁଲ ମୁସଲିମେନ(AIMIM)ର ଆଖି। ଏଠାରେ ଦଳ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି। ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ରବିବାର ପୋରବନ୍ଦରରେ ପହଞ୍ଚି ଦଳୀୟ ପ୍ରସ୍ତୁତିକୁ ତଦାରଖ କରିଛନ୍ତି। ଓୱେସି କହିଛନ୍ତି ଯେ, ଦଳର କିଛି ବୈଠକରେ ଯୋଗ ଦେବା ପାଇଁ ମୁଁ ପୋରବନ୍ଦର ଆସିଛି। ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ଆମ ଦଳ ଭଲ ପ୍ରଦର୍ଶନ କରିଥିଲା। ପୂର୍ବରୁ ଗୁଜଟରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ଆସି ଏକ ବିରାଟ ରାଲି କରିଥିଲେ।

ତେବେ ଶନିବାର ମହାରାଷ୍ଟ୍ରର ଭିୱଣ୍ଡିରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରି ଅସଦୁଦ୍ଦିନ ଓୱେସୀ ମୋଦି ସରକାରଙ୍କୁ ସେ ଟାର୍ଗେଟ୍ କରିଥିଲେ। ତାଜମହଲ ତଳେ ସେମାନେ ପିଏମଙ୍କ ଡିଗ୍ରୀ ସାର୍ଟିଫିକେଟ ଖୋଜୁଥିବା କହି ଓୱେସୀ କଟାକ୍ଷ କରିଥିଲେ। କିଛି ଦିନତଳେ ତାଜମହଲକୁ ନେଇ ବିବାଦ ଉପୁଜିଥିଲା। ତେଣୁ ଗୁଜରାଟରେ ବିଜେପିର ଗଡ ଥିବା ବେଳେ ଏଆଇଏମଆଇଏମ କିପରି ରଣନୀତି ଆପଣାଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

 

Leave A Reply

Your email address will not be published.