ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ 

0

ଓଡ଼ିଆ ନ୍ୟୁଜ୍: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ  । ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା  । କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ AIIMSକୁ ହେବେ ଏୟାରଲିଫ୍ଟ । ଡାକ୍ତରୀ ଟିମ୍‌ ସହ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଲୋଚନା  । ଦିଲ୍ଲୀ AIIMS ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଛି ।

ଏନେଇ ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ।ଏମ୍‌ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ୧୪ ଜଣିଆ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ଦିଲ୍ଲୀ ଏମ୍‌ସ ସହ ଯୋଗାଯୋଗରେ ଅଛନ୍ତି ଡାକ୍ତରୀ ଟିମ୍ ।

Leave A Reply

Your email address will not be published.