ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢୁଛି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ରାଜଧାନୀରେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଦିନକୁ ଦିନ ବେଶ ସଙ୍ଗୀନ ହେବାରେ ଲାଗିଛି।କିଛି ଦିନ ତଳେ ବର୍ଷା ହେବା କାରଣରୁ ଜନସାଧାରଣଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ପାଗ ଶୁଖିଲା ହେବା ପରେ ପ୍ରଦୂଷଣ ପୁଣି ବଢ଼ିବାରେ ଲାଗିଛି ।

ଲୋକମାନଙ୍କୁ ପ୍ରତିଦିନ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ସଵୁଦିନ ପରି ଆଜି ମଧ୍ୟ ବିଷାକ୍ତ ବାୟୁ ବଳୟରେ ରହିଛି ଦିଲ୍ଲୀ। ଦିଲ୍ଲୀର ଅନେକ ସ୍ଥାନରେ AQI ସ୍ଥିତି ବେଶ ଭୟାବହ ରହିଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଆଜିର ଅକ୍ୱାଇ ରହିଛି, ଆନନ୍ଦବିହ।ର ଅଞ୍ଚଳରେ 448, ସୋନିଆ ବିହାରରେ 445, ଅଶୋକ ବିହାରରେ 414, ITO ରେ 431ଓ ଆରକେପୁରମରେ 461 ରହିଛି AQI ସ୍ଥିତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ନୋଏଡା ଏବଂ ଗ୍ରେଟର ନୋଏଡାରେ ବାୟୁ ଗୁଣବତ୍ତା ଗୁରୁତରରୁ କମ ଥିବା କାରଣରୁ ସେଠାକାର ବାସୀନ୍ଦାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ।

ନୋଏଡା ସେକ୍ଟର -୧୨୫ର AQI ୩୫୨ ଭାବରେ ପ୍ରଦର୍ଶିତ ହୋଇଥିବାବେଳେ ଗ୍ରେଟର ନୋଏଡାର ନଲେଜ୍ ପାର୍କ -୩ ରେ ୩୧୪ ରେକର୍ଡ କରାଯାଇଥିଲା । ତେବେ ହରିୟାଣାର ଗୁରୁଗ୍ରାମରେ ସେକ୍ଟର -୫୧ ରେ AQI ସକାଳ ୫ ଟାରେ ୪୪୪ ଥିଲା । ଗୁରୁବାର ଦିଲ୍ଲୀର ହାରାହାରି AQI ୪୧୯ ରହିଥିବା ବେଳେ ବୁଧବାର ଏହା ୪୦୧ଏବଂ ମଙ୍ଗଳବାରରେ ୩୯୭ ରହିଥିଲା ।

Leave A Reply

Your email address will not be published.