ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’ କରି ଦର୍ଶକଙ୍କ ମନୋରଞ୍ଜନ କରିବେ ।
ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ । ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ। ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି।ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳାଯିବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ଶୋ’ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ।
ମିଡିଆ ରିପୋର୍ଟ ମୁତାବକ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମ୍ରେ ଉପସ୍ଥିତ ରହି ଭାରତୀୟ ଟିମ୍ର ମନୋବଳ ବଢ଼ାଇବେ। ଏହା ବ୍ୟତୀତ ବିଶ୍ୱକପ୍ ଫାଇନାଲ ଦିନ ଏକ ଭବ୍ୟ ଉଦ୍ଯାପନୀ ଉତ୍ସବର ଆୟୋଜନ କରାଯିବ। ଖବର ଅନୁସାରେ, ଏହି ସମାରୋହରେ ଅନେକ ବଲିଉଡ୍ ଷ୍ଟାର୍ ନିଜର ଜଲଓ୍ଵା ଦେଖାଇବେ।