ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଦିଲ୍ଲୀ ଏନସିଆରରେ ଅଣାୟତ ହେଉଛି ବାୟୁ ପ୍ରଦୂଷଣ । ପ୍ରଦୂଷଣକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ଏହାରି ଭିତରେ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । କଡା ଟିପ୍ପଣୀ କରି ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସରକାର ଶକ୍ତ ପଦକ୍ଷେପ ନିଅନ୍ତୁ । ଆମେ ଜାଣିନୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ ବୋଲିସ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
ମାମଲାର ଶୁଣାଣୀ କରି ପଞ୍ଜାବ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ନଡା ପେଶଡିବା ଯୋଗୁ ଦିଲ୍ଲୀରେ ଅସ୍ୱାଭାବିକ ଭାବେ ପ୍ରଦୂଷଣ ବଢୁଥିବା କୋର୍ଟ କହିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଅଡ-ଇଭିନ ଫର୍ମୁଲା ଲାଗୁ ହୋଇଥିଲେ ମଧ୍ୟ ୪ଦିନ ଧରି ୪ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ । ଦେଶର ରାଜଧାନୀ ଦିଲ୍ଲୀରେ ନିଶ୍ୱାସ ନେବା ବହୁତ କଷ୍ଟକର ହୋଇପଡିଛି । ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିଛି ।
ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୨, ଆକେ ପୁରମରେ ୪୩୭, ପଞ୍ଜାବୀ ବାଗରେ ୪୩୯ ଏକ୍ୟୁଆଇ ରହିଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ଆବଶ୍ୟକ ସେବା ଯୋଗାଉଥିବା ଟ୍ରକ, ସିଏନଜି, ଇଲେକ୍ଟ୍ରି ଗାଡି ଛଡା ସମସ୍ତ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଏହାପୂର୍ବରୁ ସରକାର ସ୍କୁଲଗୁଡିକୁ ୧୦ ତାରିଖ ପର୍ୟ୍ୟନ୍ତ ବନ୍ଦ କରିଛନ୍ତି । ୨୦୧୬ରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଅଡ ଇଭିନ୍ ନମ୍ବର ଲାଗୁ ହୋଇଥିଲା ।