ରାଇରଙ୍ଗପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନର ସ୍ବାଗତ ଉତ୍ସବ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଇରଙ୍ଗପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନର ସ୍ବାଗତ ଉତ୍ସବ | ରାଇରଙ୍ଗପୁର ମହାବିଦ୍ୟାଳୟ ରଜନୀତି ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ହୋଇଯାଇଛି |

ଅଧ୍ୟକ୍ଷ ପ୍ରଫେସର କୁବେର କୁମାର ମହାନ୍ତ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ଚରିତ୍ରବାନ, ଅଧ୍ୟବ୍ୟସାୟୀ ହେବାକୁ ଉପଦେଶ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡାକ୍ତର ବୀରନାରାୟଣ ଚ୍ୟାଉପଟ୍ଟନାୟକ, ଅଧ୍ୟାପକ ପୀତାମ୍ବର ମିଶ୍ର, ଜିତେନ୍ଦ୍ର ମହାନ୍ତ, ବାଣିଜ୍ୟ ବିଭାଗର ମୁଖ୍ୟ ବିବି ପାଣିଗ୍ରାହୀ, ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ଆଦିମ ମାର୍ଶାଲମାଇସା ଠାକୁର, ପ୍ରାକ୍ତନ ଅଧ୍ୟକ୍ଷ ବନମାଳୀ ବାରିକ୍ ଓ ମୁଖ୍ୟବକ୍ତା ଭାବେ ଓଡିଆ ବିଭାଗର ମୁଖ୍ୟ ଡାକ୍ତର ମିଲନ ମହାନ୍ତ ଯୋଗ ଦେଇ ଥିଲେ  |

ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଛାତ୍ର ଗଠନ ହେବା ପାଇଁ ଅଧ୍ୟବ୍ୟବସାୟ ଓ କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ | ବିଭାଗୀୟ ଅଧ୍ୟାପକ ରାଜେଶ ରାମ ଓ ଗୋବର୍ଦ୍ଧନ ମୁର୍ମୁ କାର୍ଯ୍ୟକ୍ରମ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ |

Leave A Reply

Your email address will not be published.