ଅଜିତ୍ ପାୱାର ଆମ ନେତା: ଶରଦ ପାୱାର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି । ଏନସିପିକୁ ନେଇ ଦୁଇ ଗୋଷ୍ଠୀ ଏବେ ସାମ୍ନାସାମ୍ନି । ଏହାରି ଭିତରେ ,କ ବଡ଼ ବୟାନ ଦେଇଛନ୍ତି ଏନସିପିର ପ୍ରତିଷ୍ଠାତା ଶରଦ ପାୱାର । ସେ କହିଛନ୍ତି, ଏନସିପିରେ କୌଣସି ବିଭାଜନ ନାହଁ । ଦଳରେ ଅଜିତ ପାୱାର କିଛି ଦଳୀୟ ବିଧାୟକଙ୍କୁ ନେଇ ଶିବସେନା-ବିଜେପି ମେଂଟରେ ସାମିଲ ହୋଇଛନ୍ତି । ଆଉ ନିଜେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାପରେ ଏନସିପିର ନେତୃତ୍ୱ କିଏ ନେବେ ସେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଛି । ଗୋଟିଏ ଗୋଷ୍ଠୀ ଶରଦ ପାୱାରଙ୍କୁ ଅନ୍ୟ ଗୋଷ୍ଠୀ ଅଜିତ ପାୱାରଙ୍କୁ ନେତା ବୋଲି ଦାବି କରୁଛନ୍ତି ।

ମାମଲା ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛି । ଏହାରି ଭିତରେ ଶରଦ ପାୱାର କିନ୍ତୁ କହିଛନ୍ତି ଏନସିପିରେ କୌଣସି ବିଭାଜନ ହୋଇନି । ଅଜିତ ପାୱାର ଆମ ନେତା । ଯଦି ଗୋଟିଏ ବଡ ଗୋଷ୍ଠୀ କୌଣସି ନୂଆ ପଦକ୍ଷେପ ନେଉଛନ୍ତି ତାହାଲେ ଏହାକୁ ବିଭାଜନ କୁହାଯିବ ନାହିଁ । ଏହା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ।

Leave A Reply

Your email address will not be published.