ଅଲକାଏଦା ଟାର୍ଗେଟରେ ଭାରତ: ସତର୍କ କରାଇଲା ଜାତିସଂଘ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଲକାଏଦା ଟାର୍ଗେଟରେ ଭାରତ । ଏନେଇ ସତର୍କ କରାଇଛି ଜାତିସଂଘ ।କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଏଦାର ଭାରତୀୟ ଉପମହାଦେଶ ଶାଖା ଏକ୍ୟୁଆଇଏସ୍‌ (ଅଲ୍‌ କାଏଦା ଇନ୍ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍‌)ର ଟାର୍ଗେଟରେ ଏବେ ଜମ୍ମୁ କାଶ୍ମୀର ରହିଛି। ଜମ୍ମୁ କାଶ୍ମୀର ସ‌ହିତ ବାଂଲାଦେଶ ଏବଂ ମ୍ୟାନମାରରେ ଆତଙ୍କବାଦୀ କାର୍ୟ୍ୟକଳାପ ଯୋଜନା ଏକ୍ୟୁଆଇଏସ୍‌ ରଖିଛି। ଜାତିସଂଘ ନିରାପତ୍ତା ପରିଷଦର ବିଶ୍ଳେଷଣାତ୍ମକ ସହାୟତା ଏବଂ କଟକଣା ଅନୁଧ୍ୟାନ ଦଳ ପକ୍ଷରୁ ଅଲ୍‌ କାଏଦା ଏବଂ ଇସଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ୍ ସିରିୟା (ଆଇଏସ୍‌ଆଇଏସ୍‌)ର ବିଶ୍ବ କାର୍ୟ୍ୟକ୍ରମ ରିପୋର୍ଟରେ ଏହା କୁହାଯାଇଛି।

ଇୟରିପୋର୍ଟରେ ଦର୍ଶାଯାଇଛି ଯେ କାଶ୍ମୀର ଅପରେସନ ପାଇଁ ଏକ୍ୟୁଆଇଏସ୍‌ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରୁଛି। ଆଫଗାନିସ୍ତାନରେ ପ୍ରାୟ ୨୦ଟି ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ତେଣୁ ଏହାକୁ ବିଶ୍ବ ଆତଙ୍କବାଦର ପେଣ୍ଠସ୍ଥଳ ଭାବେ ବିବେଚନା କରାଯାଉଛି। ଆଫଗାନିସ୍ତାନକୁ ଅଲ କାଏଦା ଏହାର ଆଦର୍ଶଗତ ଏବଂ ଲଜିଷ୍ଟିକ୍ କେନ୍ଦ୍ର ଭାବେ ବ୍ୟବହାର କରୁଛି।

Leave A Reply

Your email address will not be published.