ଆଜି ମଧ୍ୟରାତ୍ରରୁ 30ଟି ଜିଲ୍ଲାରେ ଲାଗୁ ହେବ ଲକ୍ ଡାଉନ

0

ମହାମାରୀ କରୋନା ସଂକ୍ରମଣରୁ ବର୍ତିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ 30ଟି ଜିଲ୍ଲାକୁ ଲକ୍ ଡାଉନ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି l ଏହି ନିଷ୍ପତ୍ତିକୁ ଆଜି ଅପରାହ୍ନ 4.30ରେ ବିଧିବଦ୍ଧ ଭାବରେ କରୋନା ମୁକାବିଲା ପାଇଁ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ l ପ୍ରଥମେ ରାଜ୍ଯ ସରକାର 5ଟି ଜିଲ୍ଲା ଏବଂ 8ଟି ସହରକୁ ତାଲା ବନ୍ଦ କରିଥିଲେ l ଗତକାଲି ଆଉ 9 ଟି ଜିଲ୍ଲାକୁ ଲକ୍ ଡାଉନ୍ କରଯାଇଥିଲା କିନ୍ତୁ ଏବେ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓଡିଶାକୁ ଲକ୍ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି l

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବା ସହ ଡାକ୍ତରଖାନା, ଔଷଧ ଦୋକାନ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ଓ ଜଳଯୋଗାଣ କରୋନା ପାଇଁ କାମ କରୁଥିବା ସଂସ୍ଥା ଗୁଡିକ ଖୋଲା ରହିବ l ସେହିପରି ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବା ନେଇ ଘୋଷଣା କରାଯାଇଛି l

Leave A Reply

Your email address will not be published.