ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଆଜିଠୁ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ସମସ୍ତ ବିଦ୍ୟଳୟରେ ଖରାଛୁଟି। ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଖରାଛୁଟି ବଳବତ୍ତର ରହିବ । ସେତେପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଯାଇଛି । ପାଠପଢ଼ାକୁ ଦୃଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି । ପୂର୍ବରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଳାସ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ଦିନ ୯ଟା ପର୍ୟ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ ।