ଅନ୍ତିମ ସଂସ୍କାର ପାଇଁ ସରିଥିଲା ସବୁ ବ୍ୟବସ୍ଥା, ହଠାତ୍ ଉଠି ବସିଲେ ମହିଳା

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଅନ୍ତିମ ସଂସ୍କାର ପାଇଁ ସରିଥିଲା ସବୁ ବ୍ୟବସ୍ଥା, ହଠାତ୍ ଉଠି ବସିଲେ ମହିଳା । ଆଶ୍ଚର୍ଯ୍ୟ ଲଙ୍କଜ୍ଞରଥିଲେ ବି କଥାଠି ସତ । ପେରୁରେ ଜଣେ ମହିଳା ନିକଟରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ଘୋଷଣା କଲେ । କିନ୍ତୁ ଅନ୍ତିମ ସଂସ୍କାର ସମୟରେ ମହିଳା ଜଣକ ଉଠି ବସିଲେ ।

ପେରୁର ଲାମ୍ବେକ ରିଜନାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୬ ବର୍ଷୀୟା ରୋଜା ଇସାବେଲ କେସପେଡେସ କାଲ୍ଲାକାଙ୍କୁ ଡାକ୍ତର ମୃତ ଘୋଷଣା କଲେ । ମର୍ମନ୍ତୁଦ କାର୍ ଦୁର୍ଘଟଣା ଯୋଗୁ ତାଙ୍କ ମସ୍ତିଷ୍କରେ ଗମ୍ଭୀର କ୍ଷତ ସୃଷ୍ଟି ହୋଇଥିଲା । ପରିବାର ରୋଜାଙ୍କ ଅନ୍ତିମ ସଂସ୍କାର ନିମନ୍ତେ ପ୍ରସ୍ତୁତି ଚଳାଇଥିଲେ । ପେରୁରେ ନିୟମ ଅନୁସାରେ ମୃତ୍ୟୁର ୩ ଦିନ ମଧ୍ୟରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ଉଚିତ। ମୃତ୍ୟୁ ପର ଦିନ ରୋଜାଙ୍କୁ ଏକ ଖୋଲା କଫିନ୍ ମଧ୍ୟରେ ସମାଧି ସ୍ଥଳକୁ ନିଆଯାଉଥିଲା। ତାଙ୍କ ପରିବାର କିଛି ଅସ୍ୱାଭାବିକ ଘଟଣା ଲକ୍ଷ୍ୟ କଲେ । ରୋଜା ଆଖି ଖୋଲିଲେ । ତାଙ୍କ ଶରୀରରୁ ଝାଳ ବାହାରୁଥିଲା ବୋଲି ଇଆଇ କାର୍ମେନ ସମାଧି ସ୍ଥଳର ପ୍ରଶାସକ ଜୁଆନ ସେଗୁଣ୍ଡୋ କାଜୋ କହିଛନ୍ତି ।

Leave A Reply

Your email address will not be published.