ଓଡ଼ିଶାରେ ବଢୁଛି ସମସ୍ତ ନଦୀ, ତଳିଆ ଅଞ୍ଚଳର ଲୋକଙ୍କ ବଢୁଛି ଦୁର୍ଦ୍ଦଶା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଲଗାଣ ବର୍ଷାରେ ବେହାଲ୍‌ ସ୍ଥିତି । ନଦୀ ନାଳ ଫୁଲ୍‌ । ଉତ୍ତର ଓଡ଼ିଶାରେ ବିପତ୍ତି ଆଣିଛି ବର୍ଷା । ବିପଦ ସଙ୍କେତ ଟପିଛି ଜଳକା । କ୍ରମାଗତ ବଢୁଛି ଜଳସ୍ତର । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଫୁଲିଥିଲେ ବି ବନ୍ୟା ଆଶଙ୍କା ନାହିଁ । ତଳି ଅଞ୍ଚଳରେ ପଶିଛି ଜଳକାର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ରହିଛି ୫.୫୦ ମିଟର । ମଥାନୀରେ ଏବେ ୬.୪୬ ମିଟର ପାଣି ପ୍ରବାହିତ ହେଉଛି । ଚାଷ ଜମି, ରାସ୍ତାଘାଟରେ ଲହଡ଼ି ଭାଙ୍ଗୁଛି ଜଳକାର ପାଣି । ସେହିପରି ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାର ପାଣି ତଳି ଅଞ୍ଚଳରେ ପ୍ରବେଶ କରିଛି ।

ବଢୁଛି ବୈତରଣୀ । ଆନନ୍ଦପୁରଠାରେ ବିପଦ ସଙ୍କେତ ପାଖାପାଖି ଛୁଇଁଲାଣି ଜଳସ୍ତର । ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ପାର କରିଛି । ଆଖୁଆପଦାଠାରେ ଏବେ ଜଳସ୍ତର ରହିଛି ୧୮.୦୬ ମିଟର । ସେଠାରେ ବିପଦ ସଙ୍କେତ ସ୍ତର ରହିଛି ୧୭.୮୩ ମିଟର ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାରେ ବଢିଛି ବୈତରଣୀ ଓ ସାଳନ୍ଦୀର ଜଳସ୍ତର । ତଳି ଅଞ୍ଚଳର କିଛି ଗାଁରେ ପାଣି ପଶିଛି । ବୁଡିଛି ଏକର ଏକର ଚାଷ ଜମି । ଧାନ ଚାଷ ପ୍ରଭାବିତ ଆଶଙ୍କା ରହିଛି । ଭୟଭୀତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଲୋକ । ଲଗାଣ ବର୍ଷାରେ କେନ୍ଦୁଝର ସହର ଜଳବନ୍ଦୀ । ଘର ବାହାରେ ଓ ଭିତରେ ପାଣିର ସୁଅ । ବୁଡିଛି ଆସବାବପତ୍ର । ରାସ୍ତାରେ ଆଣ୍ଠୁଏ ଲେଖାଏ ବହୁଛି । ଦୁଇ ଦିନ ହେଲାଣି ଘରୁ ବାହାରି ପାରୁ ନାହାନ୍ତି ଲୋକ ।  ଦକ୍ଷିଣ ଓଡ଼ିଶାରେ ବି ବିଭିନ୍ନ ନଦୀର ଜଳସ୍ତର ବଢିଛି । କିନ୍ତୁ ବନ୍ୟା ଆଶଙ୍କା ନାହିଁ । ଗଜପତି ଜିଲ୍ଲା କାଶୀନଗରରେ ବଂଶଧାରା ବିପଦ ସଙ୍କେତ ପାର କରିଥିଲା । ଗୁଣୁପୁରରେ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି ଜଳସ୍ତର । ମହାନଦୀକୁ ଛାଡ଼ିଦେଲେ ଅନ୍ୟ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ । .

Leave A Reply

Your email address will not be published.