ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା ମାନେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସ୍ୱାଧୀନତାର ପଚସ୍ତରୀ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ର ବିଭିନ୍ନ ଅଂଚଳର ମିଶନ ଶକ୍ତି ର ମା ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ପତାକା ଗ୍ରହଣ କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।  ଜାତୀୟ ପତକା ତିଆରି ପରି ଏକ ମହାନ ଦାୟିତ୍ୱ ମିଶନ ଶକ୍ତି ମା ମାନଙ୍କୁ ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବ ର କଥା ବୋଲି କହିବା ସହ ଏହିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନା ଯୋଗ୍ୟ ଯେ ସ୍ୱାଧୀନତା ର ପଚସ୍ତରୀ ବର୍ଷ ଉପଲକ୍ଷେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀକୁ ଅର୍ପଣ କରିଛନ୍ତି।

Leave A Reply

Your email address will not be published.