ଓଡିଆ ନ୍ୟୁଜ୍(ବ୍ୟୁରୋ): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକଅନ୍ତର୍ଗତ ପରିସଲ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଜୟଦେବ ଆନନ୍ଦ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ରାମଗିରି ଥାନାରେ ଏଭଳି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା । ଅଭିଯୋଗ ପରେ ଥାନାରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ପୀଡ଼ିତାଙ୍କ ମାଙ୍କ ଅଭିଯୋଗ ଅନୁଯାୟୀ ଗୁରୁବାର ଖାରିଗୁମ୍ମା ଗାଁର କିଛି ମହିଳାଙ୍କ ସହ ଉଭୟ ମା ଓ ନାବାଳିକା ଝିଅ ମକାବାଡ଼ରେ କାମ କରିବାକୁ ପରିସଲ ଗାଁକୁ ଯାଇଥିଲେ । ପରିସଲ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ନିକଟରେ ଥିବା ମକା ବାଡ଼ରେ କାମ କରୁଥିବା ବେଳେ ମଧ୍ୟାହ୍ନରେ ତାଙ୍କ ଝିଅ ଅନ୍ୟ ଜଣେ ଝିଅ ସହ ପାଣି ପିଇବା ପାଇଁ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଥିବା ପାଇପକୁ ଯାଇଥିଲେ । ସେତେବେଳେ ନାଏବ ସରପଞ୍ଚ ଜୟଦେବ ଆନନ୍ଦ ଏକା ପଞ୍ଚାୟତ କର୍ଯ୍ୟଳୟରେ ଥିଲେ ।
ସମୟରେ ପାଇପର ପାଣି ଭଲ ନାହିଁତେଣୁ ପଞ୍ଚାୟତ କର୍ଯ୍ୟଳୟ ଭିତରକୁ ଆସି ପାଣି ପିଇବାକୁ ଡାକିଲେ ନାଏବ ସରପଞ୍ଚଜଣେ ଝିଅ ବାହାରେ ଥିବା ବେଳେ ତାଙ୍କ ଝିଅ ପାଣି ଆଣିବାକୁ ପଞ୍ଚାୟତ କାର୍ଯ୍ୟଳୟ ଭିତରକୁ ଯାଇଥିଲେ । ଏହି ସମୟରେ ନାଏବ ସରପଞ୍ଚ ତାଙ୍କ ଝିଅକୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା । ଏ ବିଷୟରେ ଝିଅ ପ୍ରଥମେ ତାର ସାଙ୍ଗକୁ କହିଥିଲା । ପରେ ମା ଙ୍କୁ ଘଟଣା ବିଷୟରେ କହିଥିଲା ଝିଅ। ଆଜି ଏସମ୍ପର୍କରେ ରାମଗିରି ଥାନାରେ ଅଭିଯୋଗ କରିଥିବା କହିଛନ୍ତି ପୀଡ଼ିତାଙ୍କ ମା ।ଅନ୍ୟ ପକ୍ଷରେ ଅଭିଯୋଗ ପାଇ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଅଭିଯୁକ୍ତର ଘରେ ଚଢ଼ାଉ କରାଯାଇଛି କିନ୍ତୁ ସେ ଫେରାର ଅଛି । ଖୁବଶୀଘ୍ର ଅଭିଯୁକ୍ତ ନାଏବ ସରପଞ୍ଚକୁ ଗିରଫ କରାଯିବ ବୋଲି ଆର. ଉଦୟଗିରି ଏସ ଡି ପି ଓ ଦିଲ୍ଲୀପ କୁମାର ନାୟକ କହିଛନ୍ତି ।