ଓଡ଼ିଆ ନ୍ୟୁଜ(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆସିଛି । ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ ଏହି ଅଭିଯୋଗ ଆଣିଛନ୍ତି । କାଲି ରାତି ସାଢେ ୧୦ ଟାରେ ପୁଅ ହେଲା ବୋଲି ସୂଚନା ଦେଇଥିଲେ । ମାତ୍ର ଫଟୋ ଉଠାଇବାବେଳେ ସେ ଝିଅ ହୋଇଥିବା ଦେଖିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରାଣକୃଷ୍ଣଙ୍କ ଅଭିଯୋଗ ଅନୁସାରେ ସୋମବାର ରାତି ସାଢ଼େ ୧୦ଟାରେ ପୁଅ ଜନ୍ମ ହେଲା ବୋଲି ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଫଟୋ ଉଠାଇବା ବେଳେ ଝିଅ ହୋଇଥିବା ଦେଖିଲେ । ଫଳରେ ଡିଏନଏ ଟେଷ୍ଟ ପାଇଁ ପ୍ରାଣକୃଷ୍ଣ ଦାବି କରିଛନ୍ତି । ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ମା’ ଓ ଛୁଆକୁ ନ ନେବାକୁ ସେ ଜିଦ ଧରି ବସିଛନ୍ତି । ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ପ୍ରାଣକୃଷ୍ଣ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଗୋଟିଏ ଟିମ୍ ତଦନ୍ତ କରିବ । ଏମିତି ହେବା କଥା ନୁହଁ । କେଉଁଠି ତୃଟି ରହିଲା ଯାଞ୍ଚ କରାଯିବ । ରିପୋର୍ଟ ଆସିଲା ପରେ ଥାନାରେ ଅଭିଯୋଗ କରାଯିବ । ଦରକାର ପଡିଲେ ଡିଏନଏ ଟେଷ୍ଟ ହେବା ନେଇ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ।