ପ୍ରେମ ପାଇଁ ଆତ୍ମହତ୍ୟା ଅଭିଯୋଗ 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରେମ ପାଇଁ ଯୁବକ ଡେଇଁଲେ ନଦୀକୁ | ଏ ଯାଏଁ ଯୁବକଙ୍କ ପତ୍ତା ମିଳିପାରିନଥିବା ସୂଚନା । ଅଗ୍ନିଶମ ବାହିନୀ ୪ ଘଣ୍ଟା ହେଲାଣି କରୁଛି ଖୋଜା ଖୋଜି | ସେପଟେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଗାଁ ଫାଟି ପଡ଼ୁଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ମାହାଳ ଫାଣ୍ଡି ଅଧିନସ୍ଥ ମହମ୍ମଦପୁର ଗାଁର ୩୪ ବର୍ଷୀୟ ଯୁବକ ନୀଳମଣି ପାତ୍ର |

ଆଜି ସକାଳେ ନିଜ ୱାଟସ୍ ଆପ୍ ରୁ ଏକ ପ୍ରେମ ରେ ଧୋକା ଖାଇ ଆତ୍ମ ହତ୍ୟା କରିବାକୁ ଯାଉଥିବା ଏକ ମେସେଜ ନିଜ ପରିବାର ବର୍ଗଙ୍କୁ ଦେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ସକାଳ ୫ଟା ରେ ନୀଳମଣି ନରେନ୍ଦ୍ରପୁର ପୋଲ ଉପରେ ନିଜର ଚପଲ ଥୋଇ ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିବା ସୂଚନା। ସ୍ଥାନୀୟ ଲୋକ ଏହାକୁ ଦେଖି ଅଗ୍ନିଶମ ବାହିନୀ କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ନଦୀ ରେ ନୀଳମଣି ଙ୍କୁ ଖୋଜା ଖୋଜି କରୁଛନ୍ତି ।

ଆତ୍ମହତ୍ୟା ପଛରେ ତାଙ୍କ ମେସେଜରେ ସେ ତାଙ୍କର ପ୍ରେମିକାର ପ୍ରତାରଣା ଯୋଗୁଁ ଏଭଳି ଚରମ ନିଷ୍ପତି ନେଇଥିବା ଜଣାଇଥିବା ବେଳେ ପରିବାର ଲୋକ ସମ୍ପୃକ୍ତ ଯୁବତୀଙ୍କୁ ନୀଳମଣିଙ୍କ ଆତ୍ମହତ୍ୟାର କାରଣ ବୋଲି ଅଭିଯୋଗ କରୁଛନ୍ତି। ଦୀର୍ଘ ସମୟଧରି ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି କରୁଥିବା ବେଳେ କିନ୍ତୁ ନୀଳମଣି ପତ୍ତା ମିଳୁନାହିଁ । ସୂଚନାଯୋଗ୍ୟ ବର୍ତମାନ ବର୍ଷା ରୁତୁ ଥିବାରୁ ଚିତ୍ରୋତ୍ପଳା ନଦୀ ଭରପୁର ପାଣିର ସ୍ରୋତ ଚାଲିଛି। ତେବେ ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛନ୍ତି।

Comments are closed.