ପୁଣି ବିବାଦରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳାକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଛି ।

୪ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ ମାମଲା ଅଟେ । ନିର୍ବାଚନରେ ପରାଜୟ ବରଣ କରିବା ଓ କ୍ଷମତା ହସ୍ତାନ୍ତରକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ତଦନ୍ତରେ ଅଭିଯୁକ୍ତଭାବେ ଦର୍ଶାଯାଇଛି । ଏନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ ଟ୍ରମ୍ପ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ବୋଲି କହିଥିଲେ । ଯାହାକୁ ନେଇ ଆମେରିକା ରାଜନୀତିରେ ଏବେ ବେଶ୍ ଚର୍ଚ୍ଚା ।

Leave A Reply

Your email address will not be published.