ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ_ଜେନା

0

ଓଡ଼ିଆ ନ୍ୟୁଜ୍: ବିଜେଡିରୁ ଅମରେଶ ବିଦା। ନବୀନ ନେଲେ ବଡ଼ ଆକ୍ସନ। ବଳାତ୍କାର ମାମଲାରେ ଅମରେଶ ଜେନା ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି ନବୀନ। ଅମରେଶ ଗିରଫ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସଭାପତି। ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି।

ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା।ଗତକାଲି ଶନିବାର ଲକ୍ଷ୍ମୀସାଗର ପୋଲିସ ଅମରେଶଙ୍କୁ ଫେରାର ହେବାରେ ସହାୟତା କରିଥିବା ଅଭିଯୋଗରେ ତାଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.