କୀଭକୁ ଅଲଗା କରିବା ପାଇଁ ରୁଷର ବୋମା ବିସ୍ଫୋରଣ; ମାରିଆପୋଲରେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

0

ଋଷିଆ ୟୁକ୍ରେନ ଉପରେ ଆକ୍ରମଣ ହେବାର ୧୯ ଦିନ ବିତିଛି କିନ୍ତୁ ତଥାପି ଋଷିଆ ସଫଳତା ପାଇନାହିଁ। ୟୁକ୍ରେନ ସୈନିକମାନେ ସବୁ ଦିଗରେ ଋଷିଆର ସୈନ୍ୟବାହିନୀକୁ କଡ଼ା ମୁକାବିଲା କରୁଛନ୍ତି। ନ୍ୟୁଜ୍ ଏଜେନ୍ସି କହିଛି ଯେ କୀଭର ଉତ୍ତର-ପଶ୍ଚିମ ଉପକୂଳରେ ଋଷିଆ ସୈନ୍ୟମାନେ ରାତାରାତି ଗୁଳି ଚଳାଇଛନ୍ତି। କେବଳ ଏତିକି ନୁହେଁ, କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରି ସେଲ ସହିତ କୀଭର ପୂର୍ବ ଭାଗକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଇରପିନ, ବୁକା ଏବଂ ହୋଷ୍ଟୋମେଲରେ ରାତିସାରା ବୋମା ବିସ୍ଫୋରଣ ଜାରି ରହିଥିଲା।

କୀଭକୁ ନିଜ ଅକ୍ତିଆରରେ ଆଣିବା ପାଇଁ ଋଷିଆର ସେନା ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଗୁଳି ଚଳାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗକୁ ମଧ୍ୟ ଋଷିଆର  ସୈନ୍ୟମାନେ ୟୁକ୍ରେନ୍ର କୀଭକୁ ଭାଗ କରିବାକୁ ଟାର୍ଗେଟ କରିଥିଲେ। ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଋଷିଆ ସୈନ୍ୟମାନେ ଆଣ୍ଟୋନୋଭ ବିମାନ କାରଖାନା ଉପରେ ଆକ୍ରମଣ କରିଛନ୍ତି ଯେଉଁଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

ଏଥି ସହିତ, ଏକ ନ୍ୟୁଜ୍ ଏଜେନ୍ସି ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେକ୍ସି ଏରେଷ୍ଟୋଭିଚଙ୍କ ଉଦ୍ଧେଶ୍ୟରେ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦୦ ରୁ ଅଧିକ ମାରିଅପୋଲ ବାସିନ୍ଦା ଋଷିଆର ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରୁଷିଆକୁ ଉତ୍ତରଦାୟୀ କରିବାକୁ ପ୍ରତିଶୃତି ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ହ୍ୱାଇଟ ହାଉସ ଦ୍ୱାରା ଅଂଶୀଦାର ହୋଇଥିବା ସୂଚନାକୁ ଦର୍ଶାଇ କହିଛି ଯେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତା ହୋଇଛି। ଏଥିରେ ଉଭୟ ନେତା ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ। ପଶ୍ଚିମ ସହର ୟୋଭରିଭରେ ସାମରିକ ତାଲିମ ଆଧାର ଉପରେ ଋଷିଆର ଆକ୍ରମଣ ପରେ ବାଇଡେନ ଏବଂ ମାକ୍ରୋନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.