DNA ଟେଷ୍ଟ ପରେ ମୃତ୍ୟୁସଂଖ୍ୟା ସ୍ପଷ୍ଟ ହେବ: ଅମିତ ଶାହ

0

ଓଡ଼ିଆ ନ୍ୟୁଜ୍: ବିମାନ ଦୁର୍ଘଟଣାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା।ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଅମିତ ଶାହଙ୍କ ପ୍ରତିକ୍ରିୟା।ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ ଥିଲା।ଅଧିକ ତାପମାତ୍ରା ଯୋଗୁଁ କାହାକୁ ବଞ୍ଚାଇବା ସମ୍ଭବ ହେଲା ନାହିଁ’।ଜଣେ ମାତ୍ର ଜୀବିତ ଅଛନ୍ତି, ମୁଁ ତାଙ୍କୁ ହସ୍ପିଟାଲରେ ଭେଟିଲି’।ଡିଏନ୍‌ଏ ଟେଷ୍ଟ ଓ ପରିଚୟ ପରେ ମୃତ୍ୟୁସଂଖ୍ୟା ସ୍ପଷ୍ଟ ହେବ’।ମୃତକଙ୍କ ସଂପର୍କୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି’।ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଗୃହମନ୍ତ୍ରୀ ଅମିତଶାହ।

ଆଜି ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ରନ୍‌ୱେରୁ ଟେକ୍ଅଫ୍‌ କରିବାର ୫ ମିନିଟ୍ ମଧ୍ୟରେ ଆକାଶରୁ ଖସିପଡ଼ିଥିଲା ଏହି ବିମାନ । ଆଉ ତାପରର ଦୃଶ୍ୟ ଥିଲା ବେଶ ଭୟାବହ । ପ୍ରଚଣ୍ଡ ଶବ୍ଦ ସହ ଭୟଙ୍କର ବିସ୍ଫୋରଣ । ନିଆଁପିଣ୍ଡୁଳା ପାଲଟି ଯାଇଥିଲା ପୂରା ବିମାନ । ହୁତୁହୁତୁ ହୋଇ ଜଳୁଥିଲା ବିମାନ । ଏହାପରେ ମେଘାନୀନଗର ଆକାଶରେ ଖେଳି ଯାଇଥିଲା କଳାଧୂଆଁର ବଳୟ । ଆଖପାଖ ଅଞ୍ଚଳ ବି ପୂରା ଧୂଆଁମୟ ହୋଇଯାଇଥିଲା ।

Leave A Reply

Your email address will not be published.