ଓଡ଼ିଆ ନ୍ୟୁଜ୍: ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। କଟକ ମୁଣ୍ଡୁଳି ଯାଇ CRPF ପ୍ରତିଷ୍ଠା ଦିବସରେ ଯୋଗଦେବେ। ନକ୍ସଲ ଦମନ ଓ ଭାରତୀୟ ନ୍ୟାୟ ସଂହିତାର ସମୀକ୍ଷା କରିପାରନ୍ତି।
ଏହା ସହ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବା ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସହ ଜଡିତ କାର୍ଯ୍ୟାନ୍ବୟନ ଏବଂ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ନୂଆ କ୍ରିମିନାଲ ଆଇନ ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିପାରନ୍ତି ଗୃହମନ୍ତ୍ରୀ ।