ପାଟିରେ ମୋବାଇଲ୍ ଚାର୍ଜର ପୁରାଇ ୮ ମାସର ଶିଶୁ କନ୍ୟାର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବୁଧବାର କର୍ଣ୍ଣାଟକର କରଓ୍ବାର ଅଞ୍ଚଳରୁ ଆସିଛି ହୃଦୟ ବିଦାରକ ଖବର। ଚାର୍ଜରେ ବସିଥିବା ମୋବାଇଲ୍ ଚାର୍ଜରକୁ ପାଟିରେ ପୁରାଇବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ୮ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକର କରଓ୍ବାର ନିବାସୀ ସନ୍ତୋଷ ଏବଂ ସଞ୍ଜନାଙ୍କ ୭ ମାସର ଝିଅ ସାନିଧି ଖେଳୁ ଖେଳୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ଦ୍ବାରା ପୂର୍ବରୁ ଚାର୍ଜରେ ବସାଇଥିବା ମୋବାଇଲ ଫୋନକୁ କାଢି ନେଇ ଭୁଲରେ ସୁଇଚ୍ ଖୋଲା ରଖାଯାଇଥିଲା। ତେବେ ଶିଶୁଟି ଭୁଲବସତଃ ଚାର୍ଜର ପିନକୁ ପାଟିରେ ପୁରାଇ ଦେବାରୁ ଶିଶୁଟିକୁ ବିଦ୍ୟୁତ ଆଘାତ ଲାଗିଥିଲା। ଶିଶୁଟି ଚିତ୍କାର କରିବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଏକ ସାଇକେଲରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଗ୍ରାମୀଣ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ସନ୍ତୋଷ HESCOM (ହବଲି ବିଦ୍ୟୁତ୍ ଯୋଗାଣ କମ୍ପାନୀ) ରେ ଏକ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.