ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୮ ବର୍ଷର ମାଈ ଭାଲୁର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୮ ବର୍ଷର ମାଈ ଭାଲୁର ମୃତ୍ୟୁ । ବୁଧବାର ଭାଲୁ ତାରିଣୀ ପ୍ରାଣୀ  ଚିକିତ୍ସାଳୟରେ ଅଚେତ ହୋଇପଡ଼ିଥିବା ଜନ୍ତୁ  ରକ୍ଷକ ଦେଖି ଚିକିତ୍ସକଙ୍କୁ ଖବର ଦେଇଥିଲେ । ପ୍ରାଣୀ ଚିକିତ୍ସକ ଭାଲୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତା’ର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ।  ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ  କରାଯାଇ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି ।  ଭାଲୁମାନେ ପ୍ରାୟତଃ ଯକ୍ଷ୍ମାରୋଗରେ ପଡ଼ି  ମୃତ୍ୟୁବରଣ କରିଥାନ୍ତି । ତାରିଣୀ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।

ଭାଲୁ ତାରିଣୀର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ  ଭାଲୁ ସଂଖ୍ୟା ୨୮କୁ ଖସିଆସିଛି । ସେଥିରୁ ୧୬ଟି  ଦେଶୀ ଓ ୧୨ଟି ହିମାଳୟ ଭାଲୁ ।  ୨୦୧୫ ମସିହାରେ ତାରିଣୀ ଛୋଟ  ଥିବାବେଳେ ବଲାଙ୍ଗୀର ବନବିଭାଗ ଉଦ୍ଧାର କରି  ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଣିଥିଲେ ।  ପ୍ରାଣୀ ଚିକିତ୍ସାଳୟର ଶିଶୁ ଯତ୍ନ କେନ୍ଦ୍ରରେ ରହି  ବଡ଼ ହେବା ପରେ ତାକୁ ଭାଲୁ ସଫାରୀରେ  ଛଡ଼ାଯାଇଥିଲା ।

Leave A Reply

Your email address will not be published.