ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଅନ୍ତର୍ଗତ ଅସନା ପଞ୍ଚାୟତ ଅଧୀନ କୁମ୍ଭୀରମୁଣ୍ଡିଗ୍ରାମରେ ଅବସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କୁମ୍ଭୀରମୁଣ୍ଡି ଆଶ୍ରମ ବିଦ୍ଯାଳୟରେ ଜନଜାତି ଗୌରବ ଦିବସ , ଆମେ ଜାଣିବା ଆମେ ଜିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ବିଦ୍ଯାଳୟ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପାତ୍ରଙ୍କ ଅଧ୍ଯକ୍ଷତାରେ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବସୁଦେବ ହେମ୍ବ୍ରମ (ସିଆରସିସି ଅସନା) , ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତୁଳସିଦାସ ମହାନ୍ତ, ଦୁର୍ଯ୍ଯୋଧନ ନାଏକ , ଭେଟନାରୀ ଅଧିକାରୀ ବିଷ୍ଣୁ କୁମାର ମହାନ୍ତ, ଆଇସିଡିଏସ୍ ସୁପରଭାଇଜର ଶକୁନ୍ତଳା ପାତ୍ର ଏବଂ ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ସନ୍ତୋଷ କୁମାର ଲୋହାର ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ଯବକ୍ତା ଗଗନ ବିହାରୀ ମୁର୍ମୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନେ ପୁଷ୍ପଗୁଛ ପ୍ରଦାନ କରିଥିଲେ l
ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ବାର୍ଷିକ ଉତ୍ସବରେ ମୁଖ୍ଯ ଅତିଥି ସମେତ ଅନ୍ଯ ସମ୍ମାନିତ ଅତିଥିମାନେ ପିଲାମାନଙ୍କୁ ଭବିଷ୍ଯତରେ କିପରି ଜଣେ ଭଲ ମଣିଷ ଭାବରେ ନିଜକୁ ଗଢିବେ, ସେ ସମ୍ପର୍କରେ ସଚେତନର ବାର୍ତ୍ତା ଅଭିଭାଷଣ ମାଧ୍ଯମରେ ପ୍ରଦାନ କରିଥିଲେ l ଶିକ୍ଷକ ଜାସେନ୍ ହାଁସଦା, ଗୋବିନ୍ଦ ଚନ୍ଦ୍ର ସିଂହ, ଲଖନ ମାଣ୍ଡି ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ମାଟ୍ରନ , ପାଚିକା ସହାୟିକାମାନେ ଏବଂ ବିଦ୍ଯାଳୟ ପରିଚାଳନା କମିଟୀର ସଦସ୍ଯମାନେ ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୁତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ l ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପାତ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
Comments are closed.