ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରତିବର୍ଷ ପରି ଏ ବର୍ଷ ୬ଷ୍ଠତମ ବର୍ଷିୀୟ ଶ୍ରୀ ଜଗନ୍ନାଥ ସାହିତ୍ଯ ଓ ସଂସ୍କୁତି ଟ୍ରଷ୍ଟ ଆନୁକୂଲ୍ଯରେ ମୁରୁଜରେ ମୋ ଜଗନ୍ନାଥ ପଥ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଷୟ ଥିଲା ଭକ୍ତ ବନ୍ଧୁ ଶ୍ରୀ ଜଗନ୍ନାଥ l ଏହି ଭବ୍ଯ କାର୍ଯକ୍ରମରେ ବିଭିନ୍ନ ସ୍କୁଲକଲେଜର ଛାତ୍ରୀ ଅଂଶଗ୍ରହଣ କରି ମୁରୁଜରେ ଶ୍ରୀ ଜଗନ୍ନାଥଙ୍କ ମନୋଲବ୍ଯ ରୂପ ଅଙ୍କନ କରିଥିଲେ l ସହରର ପ୍ରମୁଖ ଚିତ୍ରକର କୁନା ମହାନ୍ତ ଛାତ୍ରୀମାନେ ମୁରୁଜରେ ବନାଇଥିବା ଚିତ୍ରକୁ ମୂଲ୍ଯାୟନ କରିଥିଲେ l ଏଥିରେ ସମୁଦାୟ ୩୯ ଗୋଟି ପ୍ରତିଯୋଗୀ ୬ ଦଳିଆ ଗ୍ରୁଫ୍ ଭାବେ ଭାଗ ନେଇଥିବା ମଧ୍ଯରୁ ସର୍ବମୋଟ ପାଞ୍ଚଟି ଦଳକୁ ବିଚାରକୁ ନିଆଯାଇଥିଲା l
ପ୍ରଥମ ୨୮ତମ ପ୍ରତିଯୋଗୀ ମାଣିକ ଗଉଡୁଣୀ, ଦ୍ବିତୀୟ ୭ମ ପ୍ରତିଯୋଗୀ ମାର୍କଣ୍ଡେୟ, ତୁତୀୟ ୧୨ତମ ପ୍ରତିଯୋଗୀ କବୀର, ଚତୁର୍ଥ ୨୪ତମ ପ୍ରତିଯୋଗୀ ଗଣପତି ଭଟ୍ଟ ଓ ପଞ୍ଚମ ୧୧ତମ ପ୍ରତିଯୋଗୀ ରାମାନନ୍ଦ ଙ୍କୁ ମାନପତ୍ର ଦେଇ ପୁରସ୍କୁତ କରାଯାଇଥିଲା l ଉଦଘାଟନୀ ଉତ୍ସବରେ ମାନ୍ଯବର ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଓ ମାସିକ ପୌରୁଷ ପତ୍ରିକା ମୁଖ୍ଯ ସମ୍ପାଦକ ତଥା ସ୍ତମ୍ଭକାର ଡକ୍ଟର ଅସିଦ୍ ମହାନ୍ତି ଯୋଗ ଦେଇଥିବା ବେଳେ ଉଦଯାପନୀ ସମାରୋହରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଉପାଧ୍ଯକ୍ଷା ମମିତା ଚୌଧୂରୀ, ଶ୍ରୀ ଜଗନ୍ନାଥ ସାହିତ୍ଯ ଓ ସଂସ୍କୁତିର ମୁଖ୍ଯ ଟ୍ରଷ୍ଟି ଡକ୍ଟର ରାଧେଶ୍ଯାମ ପାତ୍ର ତଥା ଶ୍ରୀ ଜଗନ୍ନାଥ ସାହିତ୍ଯ ଓ ସଂସ୍କୁତି ଟ୍ରଷ୍ଟର ସମସ୍ତ ସଦସ୍ଯଗଣ ଉପସ୍ଥିତଥିଲେ l
ସେମାନଙ୍କ ମଧ୍ଯରେ ରଂଜନ କୁମାର ପଣ୍ଡା, ବିଜୟ କୁମାର ରାମ, ଡକ୍ଟର ଦିଗମ୍ବର ଗିରି, କିଶୋର କୁମାର ରଜକ, କାଳୀ ପ୍ରସନ୍ନ ମହାନ୍ତି, କୌଶିକ କାଶ୍ଯପ ମହାନ୍ତି, ସୂର୍ଯ୍ଯକାନ୍ତ ଘଣା, ଦିନେଶ ବେହେରା, ନିତେଶ ପାଲ, ମାନସ କୁମାର ପରିଡା, ପୁଷ୍ପଲତା ମହାନ୍ତି, ପ୍ରମିଳା ସ୍ବାଇଁ, ପୁଷ୍ପମିତ୍ରା ଦତ୍ତ ଓ ଶିବ ଶଙ୍କର ଆଚାର୍ଯ ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ l ଏଥିରେ ମଧ୍ଯ ରେଡି ଭଲେଣ୍ଟିୟାର, ଲାଇଟ ସାଉଟ ଡେକୋରେଟର , ମ୍ଯୁନିସିପାଲିଟି ପ୍ରଶାସନ ଓ ପୋଲିସ ପ୍ରଶାସନ ସହଯୋଗ କରିଥିଲେ l ଏହି ପଥ ମହୋତ୍ସବରେ ସ୍ଥାନୀୟ ତଥା ପଥଚାରୀମାନେ ରାଟରେ କିଛି କ୍ଷଣିକ ଅଟକି ଯାଇ ଶ୍ରୀ ଜଗନ୍ନାଥ ଓ ଭକ୍ତବୁନ୍ଦଙ୍କ ଅନନ୍ଯ ରୂପକୁ ଉପଭୋଗ କରିଥିଲେ l
Comments are closed.