ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କରଞ୍ଜିଆ ସହରରେ ଘର ଭାଙ୍ଗୁଭାଙ୍ଗୁ ମୁଖ୍ୟ ରାସ୍ତା କୁ ନଷ୍ଟ କରିଦେଲା ଅମାନିଆ ବ୍ୟବସାୟୀ | କରଞ୍ଜିଆ ର ଜଣେ ବ୍ୟବସାୟୀ ବଜାର ରାଧେ ରାଧେ ଦୋକାନ ନାମ ରେ ପରିଚିତ ଥିବା ଜଣା ଶୁଣ ବ୍ୟବସାୟୀ ଦୀପକ କୁମାର ରାଠି ପ୍ରାୟ କିଛି ବର୍ଷ ପୂର୍ବରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୩ନମ୍ବର ୱାର୍ଡର ଜଣେ ମହିଳା ଙ୍କ ଠାରୁ ଜାଗା ସହିତ ଘରଟି କିଣିଥିଲେ |
ତେବେ ଘରଟିକୁ ସମ୍ପୂର୍ଣ ଭାଙ୍ଗି ନୂତନ ଘର ତିଆରି କରିବା ପାଇଁ ଆଜି ଉକ୍ତ ବ୍ୟବସାୟୀ ଦୀପକ କୁମାର ରାଠି ଏକ ଜେସିପି ଯାହାର ନମ୍ବର (ଆରଯେ-୧୯ଇଏ-୧୨୯୪)ଯୋଗେ ଉକ୍ତ ଘରଟିକୁ ଭାଙ୍ଗିବା ସମୟରେ ମୂଖ ରାସ୍ତାଟିକୁ ଜେସିପି ଗାଢ଼ କରିଦେବା ସହିତ ପିଚୁ ସମ୍ପୂର୍ଣ ଉଠିଯାଇଥିବାର ଦେଖିବାକୁ ମିଳିଛି |ତେବେ ଏହା ଦେଖି ଆମ ପ୍ରତିନିଧି ଭିଡିଓ ଉତ୍ତାଳନ କରୁଥିବା ବେଳେ ତାଙ୍କ ସହଜଗି ସଂଗେସଂଗେ ଉକ୍ତ ମାଲିକ ଦୀପକ କୁମାର ରାଠି ଙ୍କୁ ଏ ବିଷୟରେ ଫୋନ ଯୋଗେ ଜଣେଇଥିଲେ |ପରେ ସେ ଘଟଣା ସ୍ଥଳକୁ ଆସି କାହାରି ନଜର ନ ଆସିବା ପାଇଁ ସେଠାରେ ଲେବର ସାହାଯ୍ୟ ରେ ରାସ୍ତା ରୁ ପିଚୁ ହୋଟେଇ ଖରାପ ହୋଇଥିବା ମୁଖ୍ୟ ରାସ୍ତାରେ ମାଟି ଏବଂ ବାଲି ଢାଳି ସମାନ କରି ଦେଇଥିଲେ | ତେବେ ଏଠି ଆମେ କହି ରଖୁଛି କି ଯଦି ପାଣି ପାଇପ ଟିଏ ଭି ରାସ୍ତା ଅତିକ୍ରମ କରି ନିଆ ଯାଏ ତାହେଲେ ଆମକୁ ପ୍ରଶାସନ ପାଖରୁ ଅନୁମତି ଆଣିବାକୁ ପଡିଥାଏ । ସରକାର ନିର୍ମାଣ କରିଥିବା ରାସ୍ତାକୁ ନଷ୍ଟ କରିଦେଇ ତା ଉପରେ ମାଟି ବାଲି ଢାଳି ଦେବା ସେପୁଣି ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ।
ଏପରି ଜଣେ ସାଧାରଣ ଲୋକ କରିଥିଲେ ତା ପ୍ରତି ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗେସଂଗେ ଉକ୍ତ ବ୍ୟକ୍ତି ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯାନୁଷ୍ଠାନ ନେବା ସହିତ ଫାଇନ ମଧ୍ୟ କରିଥାନ୍ତେ | ତେବେ ଏହି ରାସ୍ତାଟି ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଆସୁଥିବାରୁ ଦୀପକ କୁମାର ରାଠି ଏ ଜଣେ ବଡ ବ୍ୟବସାୟୀ ମାଲିକ ଥିବାରୁ ଏହାଙ୍କ ପ୍ରତି ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନଉଛନ୍ତି ନା କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଏପରି ବଡ଼ବଡ଼ୁଆଙ୍କୁ ଛାଡି ଦିଆ ଯାଉଛି ତାହା ଦେଖିବାକୁ ବାକି ରହିଲା | ଅନ୍ୟପଟେ ମୁଖ୍ୟ ରାସ୍ତାର ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଉକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛନ୍ତି ।