ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବର୍ତ୍ତମାନ ଆଫଗାନିସ୍ତାନ କ୍ରିକେଟର ରହମାନୁଲ୍ଲା ଗୁରୁବାଜ ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ସବୁଠାରେ ଖୁବ୍ ପ୍ରଶଂସା କରାଯାଉଛି। ପଡ଼ିଆ ବାହାରେ ଆଫଗାନିସ୍ତାନ କ୍ରିକେଟର ରହମାନୁଲ୍ଲା ଗୁରବାଜଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଦୀପାବଳି ସମୟରେ ଅହମଦାବାଦର ରାସ୍ତାରେ ଏହି କ୍ରିକେଟର ରାସ୍ତାରେ ଶୋଇଥିବା ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା।
କାର୍ରେ ଯିବା ପୂର୍ବରୁ ସେ ରାସ୍ତାରେ ଶୋଇଥିବା ବ୍ୟକ୍ତିଙ୍କ ପାଖରେ ଚୁପ୍ ଚାପ୍ ଟଙ୍କା ଛାଡ଼ି ଆସୁଥିବା ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି। କଂଗ୍ରେସ ନେତା ଶଶି ଥରୁର କ୍ରିକେଟରଙ୍କ ଦୟାଳୁ ଆଚରଣକୁ ପ୍ରଶଂସା କରି କହିଛନ୍ତି ଯେ ସେ ସ୍କୋର କରିଥିବା ଶତକ ଅପେକ୍ଷା ଏହା ବଡ ଅଟେ। ଗୁରୁବାଜ ଅହମ୍ମଦାବାଦ ରାସ୍ତାରେ ସକାଳ ୩ ଟାରେ ଫୁଟପାଥରେ ଶୋଇଥିବା ଭୂମିହୀନ ଲୋକଙ୍କୁ ଟଙ୍କା ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ସେ କିଛି ନ କହି ସେମାନଙ୍କୁ ଟଙ୍କା ରଖୁଥିଲେ। ଏହି ଭିଡିଓକୁ ଅହମ୍ମଦାବାଦର ଜଣେ ବ୍ୟକ୍ତି ଭିଡିଓ ରେକର୍ଡ କରିଛନ୍ତି। ଏହା ଦର୍ଶାଏ ଯେ ଗୁରୁବାଜ କେବଳ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି, ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି।
୨୦୨୩ ବିଶ୍ୱକପ୍ର ନକ୍ ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରି ନଥିଲେ ମଧ୍ୟ ଆଫଗାନିସ୍ତାନ କ୍ରିକେଟ୍ ଦଳ ଟୁର୍ଣ୍ଣାମେଣ୍ଟରେ ନିଜର ଅସାଧାରଣ ପ୍ରଦର୍ଶନ କରି ଏକ ସ୍ଥାୟୀ ଛାପ ଛାଡ଼ିଛି। ସେମାନଙ୍କ ୨୦୨୩ ବିଶ୍ୱକପ୍ ଯାତ୍ରାରେ ସେମାନେ ୯ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିଛନ୍ତି। ଏହି ସଫଳତା ବିଶେଷ ଭାବେ ଉଲ୍ଲେଖନୀୟ ଏଥିପାଇଁ ଯେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଏକଦା କ୍ରିକେଟ୍ ଦୁନିଆରେ ଏକ କ୍ଷୁଦ୍ର ଦଳ ଭାବେ ବିବେଚିତ ହେଉଥିଲା।୨୦୨୩ ବିଶ୍ୱକପ୍ରେ ଆଫଗାନିସ୍ତାନର ପ୍ରଦର୍ଶନ ଅନେକ ସ୍ମରଣୀୟ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୬୯ ରନ୍ରେ ପରାସ୍ତ କରିଥିଲା। ତେବେ ଅହମଦାବାଦରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ଦଳ ୫ ୱିକେଟ୍ରେ ପରାସ୍ତ ହେବା ପରେ ସେମାନଙ୍କ ୨୦୨୩ ବିଶ୍ୱକପ୍ ଅଭିଯାନ ଶେଷ ହୋଇଥିଲା।