ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ହାଇଦ୍ରାବାଦରେ ଭୟାବହ ଅଗ୍ନିକାଣ୍ଡ । କେମିକାଲ ଗୋଡାଉନରେ ନିଆଁ ଲାଗିବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । “ତଳ ମହଲାର ଗୋଡାଉନରେ ଏକ କାରର ମରାମତି କାର୍ଯ୍ୟ ଚାଲିଥିଲା।
ସ୍ପାର୍କ ଗୋଡାଉନରେ ରଖାଯାଇଥିବା ରାସାୟନିକ ବ୍ୟାରେଲକୁ ବ୍ୟାପି ନିଆଁକୁ ଆୟତ୍ତ କରିଥିଲା। କିଛି ସମୟ ମଧ୍ୟରେ ଅଗ୍ନିକାଣ୍ଡ କୋଠାର ଅନ୍ୟ ମହଲାରେ ପୋଡି ହୋଇ 7ଜଣଙ୍କର ମୃତ୍ୟୁ ଘଟିଥିଲା। ହାଇଦ୍ରାବାଦର ସେଣ୍ଟ୍ରାଲ ଜୋନ୍ ଡିସିପି ଭେଙ୍କଟେଶ୍ୱର ରାଓ କହିଛନ୍ତି। ଡିସିପି କହିଛନ୍ତି ଯେ, ପ୍ରାୟ ତିନି ଜଣ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ବିଲ୍ଡିଂରେ ନିଆଁ ଲାଗିଥିଲା । ଏନେଇ ଖବର ପାଇବା ପରେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା ।
ଏବେ ସୁଦ୍ଧା ବିଲ୍ଡିଂରେ ପ୍ରାୟ 10 ଜଣ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । 7 ଜଣଙ୍କର ମୃତ୍ୟୁ ହୋଇଛି । ଚାରୋଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି ।