ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମା’କାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ । ମଧ୍ୟ ରାତ୍ରରେ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାପାଠ କରାଯାଇଛି । ଆଜି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି । ସାତ ଦିନ ଧରି ମାଆ ସପ୍ତମାତୃକା ବେଶରେ ଦର୍ଶନ ଦେବେ ।
କଟକ ସହରରେ ପ୍ରମୁଖ କାଳୀ ମନ୍ଦିର ଗୁଡ଼ିକରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ମାଳିକା ପ୍ରସିଦ୍ଧ କାଳିଆ ଵୁଦା ଶ୍ୟାମାକାଳୀ, ଖାନନଗର ଦକ୍ଷିଣ କାଳି ଓ କାଳିଗଳିର କାଳୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରଦ୍ଧା ଓ ଭକ୍ତିର ସହ ମା’ଙ୍କର ଆରାଧନା କରିଛନ୍ତି। ତେବେ ନିଶାର୍ଦ୍ଧ ପୂଜା ଓ ମା’ଙ୍କର ସ୍ବତନ୍ତ୍ର ଵେଶ ଦର୍ଶନ ପାଇଁ ଭିଡ ଅଧିକ ହେଵାର ଆଶା କରାଯାଉଥିଵାରୁ ମନ୍ଦିର କମିଟି ଓ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଵ୍ୟଵସ୍ଥା କରାଯାଇଛି। ଚରମ୍ପାର ୯ଟି ମଣ୍ଡପରେ ମଧ୍ୟ ମାଆଙ୍କ ପୂଜାପାଠ କରାଯାଉଛି । ଭୁବନେଶ୍ୱର ସତ୍ୟନଗରରେ ବି ମା’କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । କାଳୀ ପୂଜା ପାଇଁ ରୌପ୍ୟ ନଗରୀ କଟକର କାଳୀ ପୀଠ ଗୁଡ଼ିକରେ ଶ୍ରଦ୍ଧା ଓ ଭକ୍ତିମୟ ପରିଵେଶ।
ଅମାବାସ୍ୟାର ଅମା ଅନ୍ଧକାରରେ ମା’ ଅଵତରଣ କରି ସାରା ମାନବ ସମାଜକୁ ଆଲୋକ ଆଡକୁ ନେଇଥାଆନ୍ତି ଵୋଲି ସନାତନ ଧର୍ମରେ ବିଶ୍ଵାସ ରହିଛି। ତେଣୁ ଏହି ଦିନରେ ମା’ଙ୍କୁ ଆରାଧନା କରି ନିଜ ନିଜ ଭିତରେ ଥିବା ଅନ୍ଧକାରକୁ ଦୁରେଇ ଦେଵା ପାଇଁ ମା’ କାଳୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥାଏ।