ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭୀମସେନ ଟୁଡୁ

0

ଓଡ଼ିଆ ନ୍ୟୁଜ୍: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ୱ୍ରମ ମୃତ୍ୟୁ ମାମଲା।ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭୀମସେନ ଟୁଡୁ। ଆଗୁଆ ଜାମିନ ଆବେଦନ କଲେ ଭୀମସେନ। ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁ। ଭୀମସେନଙ୍କ ଯୋଗୁ ଚନ୍ଦ୍ରିକା ଆତ୍ମହତ୍ୟା କରିଥିବା ପରିବାରର ଅଭିଯୋଗ।

ତେବେ ଏଠାରେ ପ୍ରଶ୍ନ ଉଠୁଛୁ ଯଦି ପୁରୁଷ ବନ୍ଧୁ ଚନ୍ଦ୍ରିକାଙ୍କ ମୃତ୍ୟୁରେ ସଂପୃକ୍ତ ନାହାନ୍ତି କାହିଁକି ସାମ୍ନାକୁ ଆସୁନାହାନ୍ତି । ଲୁଚି ଲୁଚି କାହିଁକି ଆଗୁଆ ଜାମିନ ଆବେଦନ କରିଛନ୍ତି । ପୁରୁଷ ବନ୍ଧୁଙ୍କ ଆଗୁଆ ଜାମିନ ଆବେଦନ ଘଟଣାକୁ ଆହୁରି ରହସ୍ୟ ଭିତରକୁ ଠେଲି ଦେଉଛି । ଯେହେତୁ ପୁରୁଷ ବନ୍ଧୁଙ୍କୁ ପୋଲିସ ଧରିପାରୁନାହିଁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ବୟାନ ରେକର୍ଡ କରିଥିବା ନେଇ କିଛି ସ୍ପଷ୍ଟ ହେଉନାହିଁ ଏହି ମାମଲା ଅଧିକ ରହସ୍ୟାବୃତ୍ତ ହେବାରେ ଲାଗିଛି ।ସେପଟେ ଚନ୍ଦ୍ରିକାଙ୍କ ଲାପଟପ, ଟାବଲେଟ ଏବଂ ଆଇପ୍ୟାଡ଼ ପୁରୁଷ ବନ୍ଧୁଙ୍କ ପାଖରେ ରହିଛି । ସେହି ଲାପଟପ ଭିତରେ ଉଭୟଙ୍କ ଫଟୋ, ଭିଡିଓ ଏବଂ ପ୍ରେମ କାହାଣୀର ତଥ୍ୟ ରହିଛି, ଯାହା ଏବେ ସୁଦ୍ଧା ସାମ୍ନାକୁ ଆସିନାହିଁ ବୋଲି ତାଙ୍କ ମାମୁଁ ଝିଅ କହିଥିଲେ ।

Leave A Reply

Your email address will not be published.