ଓଡ଼ିଆ ନ୍ୟୁଜ୍: ବନ୍ଧା ହେଲେ ପିଇଓ ଜିତେନ୍ଦ୍ର କୁମାର ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଜିତେନ୍ଦ୍ର କୁମାର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି କେନ୍ଦୁଝର ସ୍ୱତନ୍ତ କୋର୍ଟରେ ତାଙ୍କୁ ହାଜର କରାଯିବ। ସୂଚନାଯୋଗ୍ୟ ଗତକାଲି ହାଟଡିହି ବ୍ଲବନ୍ଧା ହେଲେ କୋଟିପତି ପିଇଓ ଜିତେନ୍ଦ୍ର କୁମାର ଜେନାକ୍ ବଞ୍ଚୋ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଜିତେନ୍ଦ୍ର କୁମାର ଜେନାଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା।
ହାଟଡିହି ବ୍ଲକ୍ ବିରଞ୍ଚିପୁରଠାରେ ୩୩୦୦ ବର୍ଗଫୁଟର ଗୋଟିଏ ତିନିମହଲା କୋଠା, ହାଟଡିହିର ବସନ୍ତିଆ ବଜାର ଜଗନ୍ନାଥପୁର ମୌଜାରେ ଥିବା ୫୦୦୦ ବର୍ଗଫୁଟର ଗୋଟିଏ ନୂଆ ଦୁଇମହଲା କୋଠାବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ, ବସନ୍ତିଆ ବଜାରସ୍ଥିତ ମା’ ସରସ୍ବତୀ ସେଲ୍ସ ନାମରେ ଭଡ଼ାସୂତ୍ରରେ ଲାଗିଥିବା ଦୁଇଟି ଗୋଦାମ ଘର, ବିଦ୍ୟାଧରପୁରରେ ଥିବା ସରସ୍ବତୀ ସେଲ୍ସ ନାମକ ଇଲେକ୍ଟ୍ରୋନିକ୍ସ ଦୋକାନ, ଚଣ୍ଡିଆ ଓ ବିରଞ୍ଚିପୁରରେ ଥିବା ୬ଟି ପ୍ଲଟ୍, ପାଖାପାଖି ୧୦୦ ଗ୍ରାମ୍ ସୁନା, ଗୋଟିଏ ଚାରିଚକିଆ ଗାଡ଼ି, ଦୁଇଟି ବାଇକ୍, ବ୍ୟାଙ୍କ ଏବଂ ପୋଷ୍ଟାଲ୍ ଜମା ରହିଛି।