ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି ଆମେରିକାରିକୀୟ ହେଲିକପ୍ଟର । ଆମେରିକାରିକାର ଦୁଇଟି ଅତ୍ୟାଧୁନିକ ହେଲିକପ୍ଟର ବ୍ଲାକହକ୍ କେଣ୍ଟକିରେ ଉଡୁଥିବା ଅବସ୍ଥାରେ ଦୁର୍ଘଟଣାର ଶୀକାର ହୋଇଛି । ପରସ୍ପର ସହ ସାମ୍ନାସାମ୍ନି ଧକ୍କା ହେବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଛନ୍ତି ବୋଲି ଆମେରିକାର ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି । ଆମେରିକାର ଜଣେ ସାମରିକ ମୁଖପାତ୍ର କହିଛନ୍ତି ଯେ, କେଣ୍ଟୁକି ଉପରେ ଏକ ନିୟମିତ ପ୍ରଶିକ୍ଷଣ ଅଭିଯାନ ସମୟରେ ଦୁଇଟି ବ୍ଲାକ୍ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଫୋର୍ଟ କ୍ୟାମ୍ପବେଲର ପବ୍ଲିକ୍ ଆଫେୟାର୍ସ ଅଫିସ୍ କହିଛି ଯେ କ୍ରୁ ମେମ୍ବରମାନେ ୧୦୧ ତମ ଏୟାରବୋର୍ଣ୍ଣ ଡିଭିଜନ ଦ୍ୱାରା ପରିଚାଳିତ ଦୁଇଟି ଏଚ୍ଏଚ୍ -୬୦ ବ୍ଲାକ୍ ହକ୍ ହେଲିକପ୍ଟର ଉଡ଼ାଉଥିଲେ । ବୁଧବାର ବିଳମ୍ବିତ ରାତିରେ କେଣ୍ଟକିର ଟ୍ରିଗ୍ କାଉଣ୍ଟିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ ରହୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦୁର୍ଘଟଣା ପୂର୍ବରୁ ସେ ଦୁଇଟି ହେଲିକପ୍ଟରକୁ ତାଙ୍କ ଘର ଉପରେ ଉଡୁଥିବା ଦେଖିଥିଲେ। ବ୍ଲାକ୍ ହକ୍ ର ରେଞ୍ଜ୍ ୧,୩୮୧ ମାଇଲ୍ ପର୍ଯ୍ୟନ୍ତ ରହିଥାଏ । ଥରେ ଇନ୍ଧନ ବୋଝେଇ ହେବା ପରେ ଏହା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ । ସେମାନଙ୍କର ଉଠାଣ କ୍ଷମତା ମଧ୍ୟ ଭଲ ବୋଲି କୁହାଯାଉଛି । ଆମେରିକୀୟ ସେନା ଦାବି କରିଛି ଯେ ଏହାର ବାହ୍ୟ କାର୍ଗୋ ହୁକ୍ ସାହାଯ୍ୟରେ ବ୍ଲାକ୍ ହକ୍ ୮ ହଜାର ପାଉଣ୍ଡ ଓଜନର ଜିନିଷ ଉଠାଇପାରିବ।
ସୂଚନାଯୋଗ୍ୟ, ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସଦ୍ୟ ଏକ ଚମକଇବା ଭଳି ଘଟଣା ଘଟିଥିଲା। ନିକଟରେ କୃଷ୍ଣ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଡ୍ରୋନ ଏବଂ ଋଷୀୟ ଯୁଦ୍ଧ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇଥିବାର ଖବର ମିଳିଥିଲା । ଆମେରିକା ସେନାର କହିବା ଅନୁସାରେ କୃଷ୍ଣ ସାଗରରେ ଏକ ଋଷୀୟ ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ ଉପରେ ଇନ୍ଧନ ପକାଇଥିଲା ଏବଂ ପରେ ଯୁଦ୍ଧ ବିମାନ ସହ ଧକ୍କା ହେବାରୁ ଡ୍ରୋନ ଖସିପଡିଥିଲା । ଏନେଇ କୁହାଯାଉଛି ଯେ, ଏହି ଘଟଣାରେ ଆମେରିକୀୟ ଡ୍ରୋନ୍ MQ 9 Reaper ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟପଟେ ଋଷୀୟ ଯୁଦ୍ଧ ବିମାନ Su-27 ଡ୍ରୋନ ସହ ଧକ୍କା ହୋଇଥିଲା । ଯଦିଓ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହାର ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ୍ ସହିତ ମୁହାଁମୁହିଁ ହୋଇନାହିଁ, ହେଲେ ଡ୍ରୋନ୍ ପୂର୍ବରୁ କୃଷ୍ଣ ସାଗରରେ ଖସି ପଡ଼ିଥିଲା । ଆମେରିକୀୟ MQ 9 Reaper Drone ଏବଂ ଋଷୀୟ ଯୁଦ୍ଧ ବିମାନ Su-27 ଆକାଶର ଅନ୍ୟତମ ଚମତ୍କାର ଯୋଦ୍ଧା। MQ 9 Reaper ଡ୍ରୋନ କାମ ହେଉଛି ଶତ୍ରୁପକ୍ଷଙ୍କ ଉପରେ ନଜର ରଖିବା । ଏହା ସହିତ Su-27 ଯୁଦ୍ଧ ବିମାନର କାମ ହେଉଛି ଶତ୍ରୁ ପକ୍ଷକୁ ଦେଖିବା ମାତ୍ରେ ଆକ୍ରମଣ କରିବା।