ପୁଣି ମାଓବାଦୀଙ୍କଠାରୁ ଜବତ ହେଲା ୨୦୦୦ ହଜାର ଟଙ୍କିଆ ନୋଟ୍

0

ପୁଣି ଜବତ ହେଲା ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ୍ । ଛତିଶଗଡ଼ ବିଜାପୁର ଜିଲ୍ଲା ଆୱାପାଲି ଠାରେ ପୋଲିସ ଟଙ୍କା ଜବତ କଲା । ଜଣେ ମାଓ ସମର୍ଥକଙ୍କ ଠାରୁ ଜବତ ହୋଇଛି ୬ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ୨ହଜାର ଟଙ୍କିଆ ନୋଟ୍ । ମାଓବାଦୀଙ୍କ ୯ ଲକ୍ଷ ଟଙ୍କା ବଦଳାଇବାକୁ ଆଣିଥିଲେ ୨୪ ବର୍ଷିୟ ମାଓ ସମର୍ଥକ ମହେଶ ବାଡସେ । ୧ ଲକ୍ଷ ୮୦ ହଜାର ଟଙ୍କା ବ୍ୟାଙ୍କରେ ଜମା କରିଥିଲେ ମହେଶ ଆଉ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ବାସାଗୁଡ଼ା ଏଲଓଏସ କମାଣ୍ଡର ଶଙ୍କର ଓ ଆରପିସି ଅଧ୍ୟକ୍ଷ ଏହି ଟଙ୍କା ଦେଇଥିବା ସୂଚନା ରହିଛି । ଗତ ଏକ ମାସ ମଧ୍ୟରେ ମାଓବାଦୀଙ୍କ ପ୍ରାୟ ୨୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.