ପୁଣି ରାଉରକେଲାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଉରକେଲାରେରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ସୂଚନା ମୁତାବକ, ଗତ ରବିବାର ଦିନ ସ୍ଥାନୀୟ ସିଭିଲ ଟାଉନ ହୃତଦଙ୍ଗରୁ ସାଙ୍ଗମାନଙ୍କ ସହ ଖାଇ ପିଇ ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ ହୋଇଥିବା ସୂଚନା।

ଗତକାଲି ପୀଡ଼ିତା ଜଣକ ପୁଲିସ ନିକଟରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଘଟଣା। ୫ ଜଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା। ଏହି ଘଟଣାରେ ୨ ପୁରୁଷ ବନ୍ଧୁଙ୍କ ସମେତ ୫ ଜଣ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଅଞ୍ଚଳରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।

କିଛି ଯୁବକ ୨ ନାବଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିବା ବେଳେ ପୁଣି ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

Leave A Reply

Your email address will not be published.