ଗ୍ରାମବାସୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ ବିଲୁଆ ଆତଙ୍କ । ଯିଏ ହାବୁଡରେ ପଡ଼ୁଛି ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି। ବିଲୁଆ ଭୟରେ ଘରୁ ବାହାରକୁ ବାହାରୁ ନାହାନ୍ତି ଗ୍ରାମବାସୀ। ଗଞ୍ଜାମ ଜିଲ୍ଲାରେ ଏପରି ଘଟଣା ଘଟିଛି। ବିଲୁଆ କାମୁଡାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ମହିଳା ଥିବା ଜଣାଯାଇଛି।

ଆହମାନଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁରେ ପାଗଳ ବିଲୁଆ କାମୁଡାରେ ପ୍ରାୟ ୨୦ରୁ ଅଧିକ ବ୍ୟକ୍ତି  ଆହତ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ଆହତଙ୍କ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗ୍ରାମବାସୀମାନେ ପାଗଳ ବିଲୁଆକୁ କାବୁ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଗତ ୧୮ ତାରିଖରେ ପୁରୀ ଅସ୍ତରଙ୍ଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ବିଲୁଆ କାମୁଡ଼ାରେ ୧୩ ଜଣ ଆହତ ଓ ୨ ଜଣ ଗୁରୁତର ହୋଇଥିଲେ।  ବିଲୁଆ ଭୟରେ ଲୋକେ ଘରକୁ ବାହାରକୁ ବାହାରୁ ନାହାନ୍ତି। ବନ ବିଭାଗ ଟିମ୍‌ ଗାଁରେ ପହଞ୍ଚି ବିଲୁଆକୁ ଧରିଆ ଚେଷ୍ଟା ଚଳାଇଛି।

Comments are closed.