ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ମନମୋହନ ସାମଲ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସି ପାର୍ଟି ଅଫିସରେ ପହଞ୍ଚିବେ। ଏଠାରେ ବିଜେପି ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି। ତେବେ ବିଜେପିର ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଯଥେଷ୍ଟ ଗୁରୁତ୍ବ ବହନ କରୁଛି।
ସେ ପୂର୍ବାହ୍ନ ୧୧ଟାରୁ ୧ଟା ଯାଏ ବିଜେପି ପାର୍ଟି ଅଫିସରେ ରହିବେ ବୋଲି ଜଣାଯାଇଛି। ଏହି ସମୟରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେବେ। ଏଥିସହିତ ବିଜେପିର ବିଭିନ୍ନ ସ୍ଥାନରେ ଚାଲିଥିବା ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେବେ। ଅପରାହ୍ନରେ ଜେ.ପି ନଡ୍ଡା ସୁଆଣ୍ଡୋ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରି ଯିବାର ସୂଚନା ରହିଛି।