ପୁଣି ଆଳୁ ଚଡକ: କେଜି ୬୦ ଛୁଇଁଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ବଜାରରେ ତେଜିଛି ଆଳୁ ନିଆଁ । ସମାଧାନ ହୋଇ ପାରୁନି ଆଳୁ ସମସ୍ୟା । ଟ୍ୱିନ୍‌ ସିଟି ଠାରୁ ଆରମ୍ଭ କରି ପୁଣି ସାରା ରାଜ୍ୟରେ ଚଢା ଦରରେ ଆଳୁ ବିକ୍ରି ହେଉଛି । ଆଳୁ କେଜି ଛୁଇଁଛି ୬୦ । କଟକ ଛତ୍ରବଜାର, ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଦେଖାଦେଇଛି ଆଳୁ ସଙ୍କଟ ।

ଗୋଟିଏ ଦିନରେ ଆଳୁ କେଜି ୨୦ ରୁ ୨୫ କେଜି ବଡିଥିବା ବେଳେ ଦଳ ଏବେ ୬୦ ଛୁଇଁଛି । ଉତ୍ତରପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିନଥିବାରୁ କଟକ ଛତ୍ରବଜାର ଓ ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ଅଭାବ ଦେଖା ଦେଇଥିବାରୁ ଏଭଳି ସଙ୍କଟ ଉପୁଜିଛି ।  ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନଉଛି ଆଳୁ ନିଆଁ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଆଳୁ ଅଭାବ ଦେଖାଦେଇଛି । କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢିଛି । ବଜାରରୁ ଆଳୁ ପୁଣି ଉଭାନ ହେଉଥିବା ବେଳେ ବ୍ୟବସାୟୀ ପୁଣି ମନ ଇଚ୍ଛା ଦର କଷିବା ଆଶଙ୍କା ବଢିଛି ।

କଟକରେ ଆଳୁ କେଜି ୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ନାହିଁ ।  ଆଳୁ ଗୋଦାମକୁ ଆଳୁ ନଆସିବାରୁ ବଜାରରେ ଆଳୁ ନିଆଣ୍ଟିଆ ପରିସ୍ଥିତି ସୃଷ୍ଟି ହେବାରୁ ଏବେ ପୁଣି ଆଳୁ ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି । ଗତକାଲି ଯେଉଁଠି ଆଳୁ ୩୫ ରୁ ୪୦ ଟଙ୍କାରେ ଲୋକେ କିଣୁଥିଲେ ଆଜି ସକାଳୁ ସକାଳୁ ୫୦ ରୁ ୬୦ ଟଙ୍କାରେ କିଣିଥିବା ଦେଖିବାକୁ ମିଳିଛି ।

Comments are closed.