ପୁଣି ମଣିପୁରରେ ସଂଘର୍ଷ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଯେତେ ଚେଷ୍ଟା କଲେ ବି ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଏହାରି ଭିତରେ ମଣିପୁରର ବିଷ୍ଣୁପୁରରେ ଗୁରୁବାର ସାନି ସଂଘର୍ଷ ଘଟିଛି। ସୁରକ୍ଷା ବଳ ସହ ମେଇତି ସମ୍ପ୍ରଦାୟର ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୭ଜଣ ଆହତ ହୋଇଥିବା ଜଣାପଡିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଯବାନ ଗୁଳି ଚଳାଇଥିଲେ।

ସାନି ହିଂସା ପରେ ଇମ୍ଫାଲ(ଇଷ୍ଟ) ଏବଂ ଇମ୍ଫାଲ(ଓ୍ବେଷ୍ଟ)ରେ କର୍ଫ୍ୟୁ କୋହଳକୁ ବାତିଲ କରିଦିଆଯାଇଛି। ଗତ ମେ’ ୩ରେ ମଣିପୁରରେ ଜାତିଗତ ହିଂସାକାଣ୍ଡରେ ଏପର୍ୟ୍ୟନ୍ତ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଛନ୍ତି। ମଣିପୁର ପ୍ରସଙ୍ଗରେ ପାର୍ଲାମେଣ୍ଟରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି ।

 

Leave A Reply

Your email address will not be published.