ପୁଣି ବିଜେଡିକୁ ଘେରିଲେ ସାଂସଦ: କହିଲେ, ହାସ୍ୟାସ୍ପଦ ହେଉଛି ଶାସନ ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): 5ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଉପସ୍ଥିତ ରହିବା ଏବଂ ସମ୍ବୋଧନ ଦେବା ହାସ୍ୟସ୍ପଦ ବୋଲି ସେ କହିଛନ୍ତି । ସୋସିଆଲ ମିଡିଆରେ  ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ହୋଇ ସାରିଛି। ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି। ବିଜେଡିକୁ କିଛି ଏଭଳି ଢଙ୍ଗରେ ପୁଣି ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋସିଆଲ ମିଡିଆରେ ଅପରାଜିତା କଡ଼ା ସମାଲୋଚନା କରିଛନ୍ତି। ସେ ଟୁଇଟ କରି ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି, କିଛି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଶପଥ ନେଉଛନ୍ତି । ସେମାନେ ବିଧାୟକଙ୍କ ନିର୍ଦ୍ଦେଶମାନି କାମ କରିବେ ବୋଲି କହୁଥିବା ଏହି ଭିଡିଓରେ ଶୁଣିବାକୁ ମିଳୁଛି । ଏଥିସହିତ ୫ଟି ସଚିବ ପାଣ୍ଡିଆନଙ୍କର ମଧ୍ୟ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟାେ ଓ ଭିଡିଓ ସେୟାର କରି ଅପରାଜିତା କହିଛନ୍ତି, ବିଜୁ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି । ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି । ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ । ଏହା ଅତି ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।  ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏପରି ସ୍ଥିତିରେ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ଶପଥ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଏକ  ହାସ୍ୟାସ୍ପଦ ଘଟଣା ।

Leave A Reply

Your email address will not be published.